ପୁରୀ(ଏନଏନଏସ୍): ଆସି ବସିବ ଛତିଶା ନିଯୋଗ ବୈଠକ । ଅପରାହ୍ନ ୫ଟାରେ ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସରେ ବୈଠକ ବସିବ । ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଅଧ୍ୟକ୍ଷତା କରିବେ । ସୂଚନାଯୋଗ୍ୟ ଏହି ବୈଠକରେ ଶୀତଳଷଷ୍ଠୀ, ଦେବସ୍ନାନ ପୂର୍ଣ୍ଣିମା, ରୁକ୍ମୁଣୀ ବିବାହ ଏବଂ ଘୋଷଯାତ୍ରା ଆରମ୍ଭରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ କିଭଳି ନୀତିକାନ୍ତି ଶୃଙ୍ଖଳିତ ହେବ ସେନେଇ ଆଲୋଚନା କରାଯିବ । ନୀତିକାନ୍ତିରେ ଯେପରି ବିଳମ୍ବ ନହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯିବ ।