ଭୁବନେଶ୍ୱର(ଏନଏନଏସ୍): ଓଡିଶାରେ ପହଞ୍ଚିଲେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ଛତିଶଗଡରେ ସ୍ଥିତି ଅନୁଧ୍ୟାନ କରିବା ପରେ ମହାନଦୀ ଜଳ ବିବାଦ ମାମଲାର ଅନୁଧ୍ୟାନ କରୁଥିବା ଟ୍ରିବ୍ୟୁନାଲ ଟିମ୍ ଏବେ ଓଡିଶାରେ ପହଞ୍ଚିଛନ୍ତି । ଆଜି ଠାରୁ ହୀରାକୁଦ ବନ୍ଧ ପରିଦର୍ଶନ କରିବା ସହ, ପାୱାର ହାଉସ ମଧ୍ୟ ଅନୁଧ୍ୟାନ କରିବେ ଏହି ଟିମ୍ । ଏନେଇ ଆସନ୍ତା ୨୪ ତାରିଖ ପର୍ୟ୍ୟନ୍ତ ହୀରାକୁଦ ବନ୍ଧ ଉପରକୁ ଯିବା ପାଇଁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି ।
ସୂଚନାଯୋଗ୍ୟ ଏହି ଟିମ୍ ଦୁଇଟି ପର୍ୟ୍ୟାୟରେ ମହାନଦୀ ଅବବାହିକାରେ ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ପରଖିବେ । ଆଜି ହୀରାକୁଦ ନଦୀ ବନ୍ଧ ଓ ଜଳଭଣ୍ଡାର, ସ୍ପିଲଓ୍ବେ ପରିଦର୍ଶନ କରିବେ ଟ୍ରିବ୍ୟୁନାଲ ଟିମ୍ । ଆସନ୍ତାକାଲି ହୀରାକୁଦ କମାଣ୍ଡ ଏରିଆ, ଚିପିଲିମା ପାଓ୍ବାର ହାଉସ ପରିଦର୍ଶନ କରିବେ। ଜଷ୍ଟିସ ଏ ଏମ ଖାନଉଇଲକରଙ୍କ ନେତୃତ୍ୱରେ ୩ ଜଣିଆ ବିଚାରପତି ଏହି ପରିଦର୍ଶନରେ ଅଛନ୍ତି ।