ବଲିଉଡର ପ୍ରସିଦ୍ଧ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପିତାଙ୍କର ଆଜି ସକାଳେ ଦେହାନ୍ତ ହୋଇଛି । ଶୁକ୍ରବାର ସକାଳେ ଜଣାଶୁଣା ଜ୍ୟୋତିଷ ପି. ଖୁରାନା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଚଣ୍ଡିଗଡ ଠାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି ।
ସୂଚନା ମୁତାବକ ଶୁକ୍ରବାର ଦିନ ତାଙ୍କର ମୃତ୍ୟୁ ହୋଇଛି । ସେ ପୂର୍ବରୁ ହୃଦଘାତରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ ।
ଗତ ୨ଦିନ ପୂର୍ବରୁ ଚିକିତ୍ସା ପାଇଁ ତାଙ୍କୁ ମୋହାଲୀର ଫୋର୍ଟିସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ପରିବାର ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ ଚଣ୍ଡିଗଡର ମଣିମାଜ୍ରା ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ।