ସାଇକେଲରେ ବୁଲିଲେ ଚାରିଧାମ । ଏ ହେଉଛନ୍ତି ପଣ୍ଡିତ ଶୁଭମ ଶର୍ମା ଘର ଉତ୍ତର ପ୍ରଦେଶ । 2019 ମସିହାରେ ମେ 13 ତାରିଖରେ ଉତ୍ତରପ୍ରଦେଶରୁ ସାଇକେଲରେ ବାହାରିଥିଲେ ଚାରିଧାମ ଭ୍ରମଣରେ । ଲୋକଙ୍କୁ ଭାଇଚାରାର ବାର୍ତ୍ତା ଏବଂ ପାଣି ବଞ୍ଚାନ୍ତୁ ଗଛ ଲଗାନ୍ତୁ ବାର୍ତ୍ତା ଦେବା ପାଇଁ ତାଙ୍କର ଏହି ପ୍ରୟାସ । ହିନ୍ଦୁ ମୁସଲିମ ଶିଖ ଖ୍ରୀଷ୍ଟିଆନ ସବୁ ଧର୍ମରେ କୌଣସି ମନାନ୍ତର ମତାନ୍ତର ନ ରଖି ନିଜକୁ ଭାରତୀୟ ବୋଲି ପରିଚୟ ଦେଇ ଭାଇଚାରାରେ ରହିବାକୁ ଲୋକଙ୍କୁ ପ୍ରବାର୍ତ୍ତାଇବା ଏବଂ ଭବିଷ୍ୟତକୁ ଦୃଷ୍ଟିରେ ରଖି ପରିବେଶର ସନ୍ତୁଳନ ରକ୍ଷା ପାଇଁ ପାଣି ବଞ୍ଚାଅ ଗଛ ଲଗାଅ ବାର୍ତ୍ତା ଦେବା ତାଙ୍କର ମୂଳ ଉଦ୍ଦେଶ୍ୟ।