ଭୁବନେଶ୍ୱର(ଏନଏନଏସ୍): ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ । କଟକ ବୋର୍ଡ କାର୍ୟ୍ୟାଳୟରେ ଆନୁଷ୍ଠାନିକ ଭାବେ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କଲେ ଗଣଶିକ୍ଷା ମନ୍ତ୍ରୀ । ଚଳିତ ବର୍ଷର ପାସହାର ରହିଛି ୯୬.୪୦% । ଛାତ୍ରଙ୍କ ଠାରୁ ଆଗରେ ଅଛନ୍ତି ଛାତ୍ରୀ। ମୋଟ ୫ଲକ୍ଷ ୧୬ହଜାର ୪୨୬ ପିଲା ପାସ୍ କରିଛନ୍ତି । ୩,୨୨୨ ସ୍କୁଲରେ ଶତପ୍ରତିଶତ ରେଜଲ୍ଟ ହୋଇଛି। ଛାତ୍ରୀଙ୍କ ପାସ୍ ହାର ୯୭.୦୫% ଥିବା ବେଳେ ଛାତ୍ରଙ୍କ ପାସ୍ ହାର ୯୫.୭୫% ରହିଛି ।
ଦିନ ୧୨ଟାରୁ ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ। www.bseodisha.ac.in ରେ ଲଗ୍ଇନ୍ କରି ଫଳାଫଳ ଜାଣି ପାରିବେ ଛାତ୍ରଛାତ୍ରୀ । ଏଥିସହ ଛାତ୍ରଛାତ୍ରୀ ଏସଏମଏସ୍ ଜରିଆରେ ରେଜଲ୍ଟ ଜାଣିପାରିବେ । ମୋବାଇଲରୁ OR10 ଏବଂ ନିଜର ରୋଲ ନମ୍ବର ଟାଇପ କରି ୫୬୭୬୭୫୦କୁ ପଠାଇଲେ ପରୀକ୍ଷା ଫଳ ଜାଣିପାରିବେ ।