ଭୁବନେଶ୍ୱର(ଏନଏନଏସ୍): ଫେରୁଛନ୍ତି ରାଜ୍ୟପାଳ । ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ବଢିଲା ଚର୍ଚ୍ଚା । ବାଚସ୍ପତି ଓ ୨ଜଣ ମନ୍ତ୍ରୀ ଇସ୍ତଫା ଦେବା ପରେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ସମ୍ପ୍ରସାରଣକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଛୁଟି କାଟିବାକୁ ଗ୍ରାମକୁ ଯାଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । କିନ୍ତୁ ଏବେ ରାଜ୍ୟପାଳ ଛୁଟି କାଣ୍ଟଛାଣ୍ଟ କରି ଭୁବନେଶ୍ୱର ଫେରୁଥିବାରୁ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ଚର୍ଚ୍ଚା ଜୋର ଧରିଛି ।
ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୪ ନିର୍ବାଚନ ପୂର୍ବରୁ ରାଜ୍ୟ କ୍ୟାବିନେଟ୍ ରେ ସମ୍ପ୍ରସାରଣ କରି ନିର୍ବାଚନକୁ ଓହ୍ଲାଇବାକୁ ପସନ୍ଦ କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ବର୍ତ୍ତମାନ ୨ ମନ୍ତ୍ରୀଙ୍କ ଇସ୍ତଫା ଓ ଜଣେ ମନ୍ତ୍ରୀଙ୍କ ନିଧନ ହେବା ପରେ ମନ୍ତ୍ରୀମଣ୍ଡଳରେ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଏକାଧିକ ମନ୍ତ୍ରୀଙ୍କ ଉପରେ ନ୍ୟସ୍ତ ରହିଛି । ମିଳିଥିବା ଖବର ଅନୁଯାୟୀ ରାଜ୍ୟପାଳଙ୍କ କାର୍ଯ୍ୟକାଳ ଅବଧି ସରିବା ପୂର୍ବରୁ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।