ଭୁବନେଶ୍ୱର(ଏନଏନଏସ୍): ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ଆସିଲା ସଙ୍ଗୀନ୍ ଅଭିଯୋଗ, ଘରୋଇ ହିଂସାର ଅଭିଯୋଗ ଆଣି କୋର୍ଟର ଦ୍ୱାରସ୍ଥ ହେଲେ ବୋହୂ । ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ନାଁରେ ଏତଲା ଦେଲେ ବୋହୂ । ଯୌତୁକ ନିର୍ୟାତନା ଓ ମାରପିଟ ନେଇ ଶଶିଭୂଷଣ, ତାଙ୍କ ପୁଅ ଓ ପତ୍ନୀଙ୍କ ନାଁରେ ବାଙ୍କୀ ଥାନାରେ ଏତଲା ଦେଇଛନ୍ତି ଶଶିଭୂଷଣଙ୍କ ବୋହୂ । ବାହାଘର ପରେ ୪୦ ଲକ୍ଷ ମାଗି ମାରପିଟ କରୁଥିବା ଅଭିଯୋଗ କରିଛନ୍ତି ବୋହୂ ।
ଏତଲା ଆଧାରରେ ମାମଲା ରୁଜୁ କରିଛି ବାଙ୍କୀ ଥାନା ପୋଲିସ । ଶଶିଭୂଷଣ, ପୁଅ ସତ୍ୟପ୍ରକାଶ, ପତ୍ନୀ ସୁପ୍ରଭାଙ୍କ ସହ ୫ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । ଦଫା ୪୯୮(କ), ୨୯୪, ୫୦୬, ୩୪ ଆଇପିସିରେ ମାମଲା ରୁଜୁ କରାଯାଇଛି । ଯୌତୁକ ନିରୋଧ ଆଇନ ୧୯୬୧ର ସେକ୍ସନ ୪ ଅନୁସାରେ ମଧ୍ୟ ମାମଲା ରୁଜୁ ହୋଇଛି । ଅନ୍ୟପଟେ ବୋହୂଙ୍କ ଅଭିଯୋଗ ପରେ ଶଶିଭୂଷଣଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।