ଭୁବନେଶ୍ୱର(ଏନଏନଏସ୍): ବଡ ଘର ବଡ ଗୁମର କଥା । ପଦାରେ ପଡ଼ିଲା ବଲାଙ୍ଗୀର ରାଜପରିବାରର ଘରୋଇ ହିଂସା । ସୂଚନାଯୋଗ୍ୟ ଅନଙ୍ଗ ଉଦୟ ସିଂଦେଓଙ୍କ ସାନ ପୁଅ ଅର୍କେଶ ନାରାୟଣ ସିଂହଦେଓଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ ଆଦ୍ରିଜା ମଞ୍ଜରୀ । ଅର୍କେଶଙ୍କ ସମେତ ତାଙ୍କ ଶ୍ୱଶୁର ଘର ଲୋକ ତାଙ୍କୁ ନିର୍ୟାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ଉତ୍ତରାଖଣ୍ଡ ଡେରାଡୁନ୍ ଥାନାରେ ଆଦ୍ରିଜା ଅଭିଯୋଗ କରିଛନ୍ତି ।
୨୦୧୭ ମସିହା ନଭେମ୍ବର ମାସରେ ଆଦ୍ରିଜାଙ୍କୁ ବିବାହ କରିଥିଲେ ଅର୍କେଶ । ଅଦ୍ରିଜା ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂହଙ୍କ ନାତୁଣୀ । ୨୦୧୯ ନିର୍ବାଚନରେ ଅର୍କେଶ ବଲାଙ୍ଗିର ବିଧାନସଭା ଆସନ ପାଇଁ ଟିକେଟ୍ ପାଇଥିଲେ । ଏହି ସମୟରେ ଅଦ୍ରିଜା ସ୍ୱାମୀଙ୍କ ସହିତ ନିର୍ବାଚନୀ ପ୍ରଚାର ବି କରୁଥିଲେ । ଉଭୟଙ୍କ ଦାମ୍ପତ୍ୟ ଜୀବନ ଠିକ ଚାଲିଥିବା ବେଳେ ଗତ ବର୍ଷ ସେପ୍ଟେମ୍ବରରେ ଆଦ୍ରିଜା ନିର୍ୟାତନା ଅଭିଯୋଗ ଆଣିଥିଲେ । ଡେରାଡୁନରେ ସ୍ୱାମୀଙ୍କ ସହ ଘରେ ନିୟୋଜିତ ଥିବା କର୍ମଚାରୀମାନେ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି ।