ଭୁବନେଶ୍ୱର(ଏନଏନଏସ୍): ପୁଣି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି । ବାତ୍ୟା ‘ମୋକା’ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ମେଘୁଆ ପାଗ ରହିଥିଲା କିନ୍ତୁ ଗୁଳୁଗୁଳି ଅନୁଭବ ହୋଇଥିଲା । ରାଜ୍ୟରେ କିଛି କିଛି ସ୍ଥାନରେ ସର୍ବୋଚ୍ଚ ତାପାମତ୍ରା ୪୫ଡିଗ୍ରୀ ଅତିକ୍ରମ କରିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ସୂଚନା ଅନୁଯାୟୀ ଆସନ୍ତା ୧୫ ତାରିଖ ଦିନ
ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ଅନୁଗୁଳ ଆଦି ୪ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ। ଏନେଇ ୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।