ରାଞ୍ଚୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସର୍ବଶ୍ରେଷ୍ଠ ଫିନିସର୍ ଅଟନ୍ତି । ସେ ଏବେ ସର୍ବଶ୍ରେଷ୍ଠ ପଶୁପାଳକ ହୋଇଛନ୍ତି । ଧୋନୀଙ୍କୁ ବିର୍ସା କୃଷି ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୂର୍ବ ଭାରତର ପଶୁପାଳନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ପୁରସ୍କାର ସହ ତାଙ୍କୁ ସମ୍ମାନିତ ମଧ୍ୟ କରାଯାଇଛି । ଧୋନୀ ନିଜର ୪୩ ଏକର ଫାର୍ମ ହାଉସରେ ପନିପରିବା, ଫଳ ବ୍ୟତୀତ ଡାଏରୀ ଫାର୍ମ କରିଛନ୍ତି । ଶନିବାର ବିର୍ସା କୃଷି ବିଶ୍ୱ ବିଦ୍ୟାଳୟରେ ଆୟୋଜିତ ଆଗ୍ରୋଟିକ୍ କିଷାନ ମେଳାରେ ମାହିଙ୍କୁ ସମ୍ମାନସ୍ପଦ ସ୍ମୃତି ଚିହ୍ନ ଓ ଉତରୀୟ ପ୍ରଦାନ କରାଯାଇଛି । ଯାହାକୁ ତାଙ୍କ ପ୍ରତିନିଧି କୃଣାଲ ଗୌରବ ସ୍ୱୀକାର କରିଛନ୍ତି । ପ୍ରଥମ ଥର ପାଇଁ ଧୋନୀଙ୍କ ଡାଏରୀ ଫାର୍ମରୁ ଦୁଇଟି ଗାଈକୁ ଅଣାଯାଇଥିଲା । ଏହି ଗାଈ ପ୍ରତିଦିନ ୩୫ ଲିଟର କ୍ଷୀର ଦେଇଥାନ୍ତି । ଧୋନୀଙ୍କ ଫାର୍ମ ହାଉସର ଗାଈ ବ୍ୟତୀତ ଅନ୍ୟମାନେ ମଧ୍ୟ ନିଜ ନିଜର ଗାଈଙ୍କୁ ପ୍ରଦର୍ଶନୀରେ ସାମିଲ କରିଥିଲେ ।