ଏନଏନଏସ୍: ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ଙ୍କ ଗିରଫ ପରେ ପାକିସ୍ତାନରେ ହିଂସା ଆରମ୍ଭ ହୋଇଯାଇଛି । ଇମରାନ୍ ଙ୍କ ସମର୍ଥକ ସେନାର ବଡ ଅଫିସରଙ୍କ ଠାରୁ ଆରମ୍ଭ କରି ସରକାରୀ ମନ୍ତ୍ରୀଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହ ନିଆଁ ଲଗାଇଛନ୍ତି । ସେହିଭଳି ଗତକାଲି ଇମରାନ୍ ଙ୍କ ସମର୍ଥକମାନେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଙ୍କ ଲାହୋର ସ୍ଥିତ ବାସଭବନରେ ଆକ୍ରମଣ କରିଛନ୍ତି । ଏନେଇ ସ୍ଥାନୀୟ ପୋଲିସ୍ କର୍ମଚାରୀ ସୂଚନା ଜାରି କରିଛନ୍ତି ।
ପୋଲିସ ସୂଚନା ଅନୁଯାୟୀ ପାକିସ୍ତାନ ତେହରିକ୍ –ଏ- ଇନସାଫ୍ ପାର୍ଟିର ୫୦୦ରୁ ଅଧିକ ସମର୍ଥକ ବୁଧବାର ଦିନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫଙ୍କ ଲାହୋର ସ୍ଥିତ ବାସଭବନରେ ପହଞ୍ଚିଥିଲେ । ଏହାପରେ ବାସଭବନରେ ଥିବା ଗାଡିରେ ନିଆଁ ଲଗାଇବା ସହ ପ୍ରଧାନମନ୍ତ୍ରୀଙ୍କ ଘର ଉପରକୁ ପେଟ୍ରୋଲ ବୋମା ମାଡ କରିଛନ୍ତି ।