କେନ୍ଦୁଝର(ଏନଏନଏସ୍): କେନ୍ଦୁଝର ଜିଲ୍ଲା ଚମ୍ପୁଆର ପୂର୍ବତନ ବିଧାୟକ ତଥା ଖଣି ବ୍ୟବସାୟୀ ସନାତନ ମହାକୁଡଙ୍କ ଘରେ ସରକାରୀ ବିଭାଗ ପକ୍ଷରୁ ଚଢାଉ । ସୂଚନାଯୋଗ୍ୟ କେନ୍ଦୁଝର, ଭୁବନେଶ୍ୱର, ପୈତୃକ ଘର ନମ୍ବିରା ସମେତ ୧୦ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି । ବିଧାୟକଙ୍କ ପିଏ ବିକାଶ ମହାନ୍ତି ଏବଂ ଭୁବନେଶ୍ୱର ସହିଦ ନଗରରେ ଥିବା ଘର ପାଖରେ ଥିବା ଘରେ ମଧ୍ୟ ଚଢାଉ ଜାରି ରହିଛି । ଏହି ଚଢାଉରେ ସରକାରୀ ବିଭାଗର ୨୦ ଜଣିଆ ଟିମ୍ ସାମିଲ୍ ଥିବା ଜଣାପଡିଛି । ଅନ୍ୟପଟେ ଘର ସାମ୍ନାରେ ବିଏସଏଫ୍ ଯବାନ ମୁତୟନ ହୋଇଛନ୍ତି ।