ଭୁବନେଶ୍ୱର (ଏନଏନଏସ୍): ପୁଣି ଅସହ୍ୟ ହେଲାଣି ଗ୍ରୀଷ୍ମ ପ୍ରବାହ। ରାଜ୍ୟରେ ପ୍ରବଳ ଗରମ ସାଙ୍ଗକୁ ଗୁଳୁମୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଛି। ବାହାରକୁ ବାହାରିଲେ ତାତି ଯାଉଛି ମୁହଁ ହାତ। ପଶ୍ଚିମ ଓଡ଼ିଶାରେ ତାତି ଅଧିକ ରହୁଥିବା ବେଳେ ଉପକୂଳରେ ଅଧିକ ଗୁଳୁଗୁଳି ହେଉଛି। ଆଜି ସକାଳ ୮ ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୨.୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଗତକାଲି ମଧ୍ୟ ପ୍ରବଳ ତାତି ଅନୁଭୂତ ହୋଇଥିଲା । ପ୍ରଚଣ୍ଡ ଗ୍ରୀଷ୍ମ ସାଙ୍ଗକୁ ଦିନସାରା ଗୁଳୁଗୁଳିରେ ସିଝିଥିଲେ ଲୋକେ । ସେହିଭଳି ଗତକାଲି ପଶ୍ଚିମ ଓଡ଼ିଶାର ୬ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଥିଲା ।