ରାଜଧାନୀରେ ଘନ କୁହୁଡ଼ିର ଆସ୍ତରଣ । ପ୍ରବଳ କୁହୁଡି ଯୋଗୁ ରାସ୍ତାଘାଟ ଦୃଶ୍ୟମାନ ହେଉନାହିଁ । ୫୦ ମିଟର ଦୂର ବି ଦେଖାଯାଉନି । ରବିବାର ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରକୁ ଏମିତି ଘୋଡ଼େଇ ରଖିଛି ଘନ କୁହୁଡ଼ି । ଫଳରେ ରାସ୍ତା ଠିକରେ ଦେଖା ଯାଉନାହିଁ । ଗାଡ଼ି ମୋଟର ସବୁ ଲାଇଟ୍ ଦେଇ ଯିବା ଆସିବା କରୁଛନ୍ତି । ଗତକାଲି ଶନିବାର ରାଜଧାନୀ ଭୁବନେଶ୍ୱର ଦେଶର ଉତ୍ତପ୍ତ ସହର ପାଲଟିଥିଲା । ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ଥିଲା ୪୦.୪ ଡିଗ୍ରୀ । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆଗାମୀ ୫ ଦିନ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବ । ତାପମାତ୍ରାରେ ଆଗାମୀ ୪ରୁ ୫ ଦିନ ଯାଏ ସେଭଳି କିଛି ପରିବର୍ତ୍ତନ ହେବ ନାହିଁ । ଦିନବେଳର ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିବ । ଲୋକେ ଯିବା ଆସିବା କରିବାରେ ନାନା ଅସୁବିଧା ଭୋଗୁଛନ୍ତି । ଲୋକମାନେ ଲାଇଟ୍ ଜଳାଇ ଯିବା ଆସିବା କରୁଛନ୍ତି। ବିଶେଷକରି ଗାଡିରେ ଯାଉଥିବା ଲୋକ ହଇରାଣ ହେଉଥିବା ଦେଖିବାକୁ ମିଳିଛି ।