ଏନଏନଏସ୍: ରାଜଧାନୀ ବେଲାଗଡର ପ୍ରାୟ ୬୦ କିଲୋମିଟର ଦକ୍ଷିଣରେ ଥିବା ସର୍ବିଆ ସହର ନିକଟରେ ଗୁଳିମାଡ । ସୂଚନାଯୋଗ୍ୟ ଗୁରୁବାର ବିଳମ୍ବିତ ରାତିରେ ମଲାଡେନୋଭାକ ସହର ନିକଟରେ ଦୁର୍ବୃତ୍ତମାନେ ଆଖିବୁଜା ଗୁଳିମାଡ କରିଛନ୍ତି । ଫଳରେ ଘଟଣାସ୍ଥଳରେ ୮ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ୧୩ଜଣ ଆହତ ହୋଇଛନ୍ତି । ଖବର ପାଇଁ ଘଣାସ୍ଥଳରେ ପୋଲିସ୍ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରିଛି ।
ମିଳିଥିବା ସୂଚନା ଅନୁସାରେ ଦୁର୍ବୃତ୍ତ ଜଣକ ବାଇକରେ ଆସି ହଠାତ୍ ଆଖିବୁଜା ଗୁଳିମାଡ଼ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଅନ୍ୟପଟେ ପୋଲିସ୍ ଆକ୍ରମଣକାରୀକୁ ଧରିବା ପାଇଁ ତଦନ୍ତ ଜାରି ରଖିଛି । ଗୁଳିକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ପୋଲିସ୍ ମୁତୟନ କରାଯାଇଛି। ସୂଚନାଥାଉ କି, ସର୍ବିଆରେ ଗୁଳିମାଡ଼ ଘଟଣା ଥମିବାର ନାଁ ଧରୁନି। କିଛିଦିନ ପୂର୍ବେ ବେଲାଗଡର ଗୁଳିମାଡ଼ ଘଟଣା ସାମ୍ନାକୁ ଆସିଥିଲା। ବିବିସି ରିପୋର୍ଟ ଅନୁସାରେ, ୧୪ ବର୍ଷୀୟ ଛାତ୍ର ସ୍କୁଲରେ ଛାତ୍ରଛାତ୍ରୀ ଓ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିମାଡ଼ କରିଥିଲେ। ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ୮ ଜଣ ଶିଶୁ ଥିଲେ। ତେବେ ଏହି ଘଟଣାରେ ପୋଲିସ୍ ସପ୍ତମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରଙ୍କୁ ଗିରଫ କରିଥିଲା। ଏହା ପୂର୍ବରୁ ଚଳିତ ବର୍ଷ ମ୍ଲାଡେନୋଭାକ୍ ସହରରେ ଜଣେ ବ୍ୟକ୍ତି ୧୩ ଜଣ ସମ୍ପର୍କୀୟଙ୍କୁ ଗୁଳି କରି ହତ୍ୟା କରିଥିଲା।