ଭୁବନେଶ୍ୱର(ଏନଏନଏସ୍): ଆସନ୍ତା ୯ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ବାତ୍ୟା ସୃଷ୍ଟି ପରେ ଏହା ଉତ୍ତର ଦିଗରେ ଗତି କରିବ ବୋଲଇ ଅନୁମାନ କରାଯାଉଛି । ତେବେ ଏହାର ପ୍ରଭାବ ଓଡ଼ିଶାରେ ପଡିବନି ବୋଲି ଜଣାପଡିଛି ।
IMD ସୂଚନା ଅନୁଯାୟୀ, ୭ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଥିବାବେଳେ ୮ ସୁଦ୍ଧା ଲଘୁଚାପ ଓ ପରବର୍ତ୍ତୀ ସମୟରେ ଏହା ବାତ୍ୟାରେ ପରିଣତ ହେବ। ଲଘୁଚାପ ରୂପ ନେବା ପରେ ଆଇଏମ୍ଡି ଏହାର ଗତିପଥ ଓ କେଉଁଠାରେ ସ୍ଥଳଭାଗ ଅତିକ୍ରମ କରିବ ସୂଚନା ଦେବେ। ଅନ୍ୟପଟେ ବାତ୍ୟାଟି ମିଆଁମାର ଯିବ ବୋଲି କିଛି ମଡେଲ ଆକଳନ କରୁଥିବାବେଳେ ଆଉ କିଛି ମଡେଲ୍ ବାଂଲାଦେଶରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବ ବୋଲି ଦର୍ଶାଉଛନ୍ତି।