ଏନଏନଏସ୍: ପୁଣି ୟୁକ୍ରେନ୍ ଉପରେ ରୁଷର ଆକ୍ରମଣ । ଖେରସାନରେ ଥିବା ସୁପରମାର୍କେଟ୍ ଓ ରେଲୱେ ଷ୍ଟେସନକୁ ଟାର୍ଗେଟ୍ କରିଛି ରୁଷ ସେନା । ଆକ୍ରମଣରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୮ ଜଣ ଆହତ ହୋଇଛନ୍ତି । ଏନେଇ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ ଏହି ଧର୍ମଘଟ ଏକ ରେଳ ଷ୍ଟେସନ କ୍ରସିଂ, ଏକ ଘର, ହାର୍ଡୱେର ଷ୍ଟୋର୍, ଏକ ଗ୍ରୋସରୀ ଦୋକାନ ଏବଂ ଏକ ଗ୍ୟାସ ଷ୍ଟେସନ ଉପରେ ପଡିଛି।
ସୂଚନାଯୋଗ୍ୟ ଗତକାଲି ରାତିରେ ଋଷର ରାଷ୍ଟ୍ରପତି ଭବନ ଉପରେ ୟୁକ୍ରେନ ଡ୍ରୋନରେ ଆକ୍ରମଣ କରିଥିଲା । ଦୁଇଟି ଡ୍ରୋନକୁ ଗୁଳିକରି ଖସାଇଦେଇଥିବା ବି ରୁଷ ଦାବି କରିଥିଲା । ତେବେ ଏହି ଆକ୍ରମଣରେ ପୁଟିନ ସୁରକ୍ଷିତ ଅଛନ୍ତି । ଅନ୍ୟପଟେ ଏହା ଆତଙ୍କବାଦୀ ଆକ୍ରମଣ ବୋଲି ଋଷ ପକ୍ଷରୁ ବୟାନ ଜାରି କରାଯାଇଛି ।