‘ଦ କେରଳ ଷ୍ଟୋରୀ’କୁ ନେଇ ବିରୋଧର ସ୍ୱର ଉଠିବା ପରେ ସେନ୍ସର ବୋର୍ଡ ଏଥିରେ କିଛି ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛି । ବୋର୍ଡ ‘ଦ କେରଳ ଷ୍ଟୋରୀ’କୁ ପୂର୍ବରୁ ‘ଏ’ ସାଟିଫିକେଟ୍ ଦେଇସାରିଥିଲେ ବି ଫିଲ୍ମର କିଛି ସଂଳାପକୁ ପରିବର୍ତ୍ତନ କରାଯିବା ସହ ଫିଲ୍ମରୁ ୧୦ଟି ସିନ୍ କୁ ହଟାଇଦିଆଯାଇଛି ।
ସୂଚନାଯୋଗ୍ୟ ‘ଦ କେରଳ ଷ୍ଟୋରୀ’ରୁ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ଅଚ୍ୟୁତାନନ୍ଦନଙ୍କ ସଂଳାପକୁ ହଟାଇଦିଆଯାଇଛି । ଏଥିରେ ସେ କହିଥିଲେ ଯେ, ଦୁଇ ଦଶନ୍ଧି ମଧ୍ୟରେ କେରଳ ମୁସଲମାନ ସଂଖ୍ୟାଗରିଷ୍ଠ ରାଷ୍ଟ୍ରରେ ପରିଣତ ହେବ କାରଣ ଯୁବକମାନେ ଇସଲାମ ଧର୍ମ ଗ୍ରହଣ କରିବାରେ ପ୍ରଭାବିତ ହେଉଛନ୍ତି। ଫିଲ୍ମରୁ ସେ ସିନ୍ ମଧ୍ୟ ହଟାଇଦିଆଯାଇଛି ଯେଉଁଥିରେ ହିନ୍ଦୁ ଭଗବାନଙ୍କୁ ଭୁଲ ଭାବେ ପ୍ରଦର୍ଶୀତ କରାଯାଇଛି ।