ମହିଳା ହୁଅନ୍ତୁ କି ଝିଅ ସମସ୍ତେ କେଶର ଯତ୍ନ ନେଇଥାନ୍ତି । କିନ୍ତୁ ଆଜିକାଲି ବ୍ୟସ୍ତ ବହୁଳ ଜୀବନରେ ଖରାପ ଖାଦ୍ୟ-ପାନୀୟ ଏବଂ ପ୍ରଦୂଷଣ ପାଇଁ ଅଧିକାଂଶ କେଶ ଝଡିବା ସମସ୍ୟା ଦେଖାଯାଉଛି । ଏନେଇ ଧିରେ ଧିରେ କେଶ ପତଳା ହେବା ସହ କିଛି ଲୋକମାନେ ଚନ୍ଦା ମଧ୍ୟ ହୋଇଯାଉଛନ୍ତି । ଏନେଇ ଆଜି ଆମେ ଆପଣଙ୍କୁ ଏଭଳି ଏକ ମାସ୍କ ବିଷୟରେ ଜଣାଇବୁ, ଯାହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ କେଶ ଝଡ଼ିବା ବନ୍ଦ ହେବା ସହ କେଶ ଲମ୍ବା, ଘନ ଏବଂ ସୁନ୍ଦର ଦେଖାଯିବ । ତେବେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ଏହି ମାସ୍କ. . .
ଆବଶ୍ୟକୀୟ ସାମଗ୍ରୀ:
ନିମ୍ବପତ୍ର ୧୦ ରୁ ୧୫ଟି
ଫ୍ଲେକ୍ସ ମଞ୍ଜି ୨ ଚାମଚ
ସୋରିଷ / କାଷ୍ଟର ତେଲ ୨ ଚାମଚ
ଲବଙ୍ଗ ୫ ରୁ ୭ଟି
କଫି ପାଉଡର ୧ ଚାମଚ
ପାଣି ୧ ଗ୍ଲାସ
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଆପଣ ଏକ ପ୍ୟାନ୍ ନିଅନ୍ତୁ । ଏବେ ସେଥିରେ ଆପଣ ଏକ ଗ୍ଲାସ ପାଣି ଡାଳି ଗରମ କରନ୍ତୁ । ଏହାପରେ ସେଥିରେ ନିମ୍ବପତ୍ର, ଅଳସୀ ମଞ୍ଜି, ଲବଙ୍ଗ, କଫି ପାଉଡର ଏବଂ ସୋରିଷ ତେଲ ପକାନ୍ତୁ । ଏବେ ଏହି ସମସ୍ତ ଜିନିଷକୁ ମିଶାଇ ୫ ରୁ ୭ ମିନିଟ୍ ପର୍ଯ୍ୟନ୍ତ ଉଷୁମ କରନ୍ତୁ । ଏବେ ଗ୍ୟାସ ବନ୍ଦ କରି ଏହାକୁ ଅନ୍ୟ ଏକ ପାତ୍ରରେ ଛାଣି ଥଣ୍ଡା କରନ୍ତୁ ।
ଏପରି କରନ୍ତୁ ବ୍ୟବହାର:
ଏବେ ପ୍ରସ୍ତୁତ ହୋଇଥିବା ମାସ୍କକୁ ଆପଣ କେଶର ମୂଳରେ ଏବଂ ସମ୍ପୁର୍ଣ୍ଣ କେଶରେ ଲଗାନ୍ତୁ । ଏହି ମାସ୍କକୁ ଲଗାଇ ୩୦ ମିନିଟ୍ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏହାପରେ ଆପଣ ବ୍ୟବହାର କରୁଥିବା ଶାମ୍ପୂରେ କେଶ ଧୋଇ ଦିଅନ୍ତୁ । ଏହି ଉପାୟକୁ ଆପଣ ୨ ସପ୍ତାହରେ ଥରେ ନିଶ୍ଚୟ ବ୍ୟବହାର କରନ୍ତୁ ।