ଏନଏନଏସ୍: ମହାତ୍ମା ଗାନ୍ଧିଙ୍କ ନାତି ଅରୁଣ ଗାନ୍ଧିଙ୍କ ପରଲୋକ। ମହାରାଷ୍ଟ୍ରର କୋଲ୍ଲାପୁରରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ଅରୁଣ ଗାନ୍ଧିଙ୍କ ମୃତ୍ୟୁ ଖବର ତାଙ୍କ ପୁଅ ତୁଷାର ଗାନ୍ଧି ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ମହାରାଷ୍ଟ୍ରର କୋଲ୍ଲାପୁରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ।
Bereaved. Lost my father this morning🙏🏽
— Tushar GANDHI Manavta Meri Jaat. (@TusharG) May 2, 2023
ଅରୁଣ ଗାନ୍ଧିଙ୍କ ଜନ୍ମ ୧୪ ଏପ୍ରିଲ ୧୯୩୪ ମସିହାରେ ହୋଇଥିଲା। ମଣିଲାଲ ଗାନ୍ଧି ଏବଂ ସୁଶୀଲା ମଶରୁଓ୍ଵାଲା ଘରେ ଜନ୍ମଗ୍ରହଣ କରିଥିଲେ ଅରୁଣ ଗାନ୍ଧି। ସେ ମହାରାଷ୍ଟ୍ର ଲୋକଙ୍କ ସେବା ପାଇଁ ଲେଖକ ଏବଂ ସମାଜସେବୀ ଭାବେ କାମ କରୁଥିଲେ। ସେ ମହାତ୍ମା ଗାନ୍ଧି ଏବଂ କସ୍ତୁରବାଙ୍କୁ ନେଇ ଅନେକ ପୁସ୍ତକ ଲେଖିଛନ୍ତି।