ପୁରୀ(ଏନଏନଏସ୍): ପୁରୀ ଗସ୍ତରେ ଆସି ଜଗାଦର୍ଶନ କରି ଭାଵବିହ୍ଵଳ ହେଲେ ଭାରତର ଶ୍ରେଷ୍ଠ ସେଫ୍ ପଦ୍ମଶ୍ରୀ ସଞ୍ଜୀବ କପୁର। ସଞ୍ଜୀବଙ୍କ ସହ ତାଙ୍କ ପତ୍ନୀ ଅଲ୍ୟନା କପୁର ମଧ୍ୟ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀଯୁକ୍ତ କପୁର କହିଛନ୍ତି, ଯିଏ ଜୀବନରେ ଯେତେ ଉପର ସ୍ତରକୁ ଗଲେ ମଧ୍ୟ ଶ୍ରୀମନ୍ଦିର ନିଶ୍ଚୟ ଯାଇଥାନ୍ତି। ସେ ନିଜେ ମଧ୍ୟ ଯେତେଥର ଓଡିଶା ଆସିଛନ୍ତି, ଶ୍ରୀମନ୍ଦିର ଯାଇ କଳାଠାକୁରଙ୍କ ଦର୍ଶନ କରିଛନ୍ତି ବୋଲି ପ୍ରତିକ୍ରିୟାରେ କହିଛନ୍ତି।
୨୦୧୭ ପଦ୍ମଶ୍ରୀ ବିଜେତା ତଥା ସେଲିବ୍ରିଟି ସେଫ୍ ସଞ୍ଜୀବ କପୁର ଏସିଆର ସର୍ବବୃହତ ତଥା ଦୀର୍ଘ ଦିନ ଧରି ଚାଲିଥିବା କୁକିଙ୍ଗ୍ ସୋ’ “ଖାନା ଖଜାନା” କୁ ହୋଷ୍ଟ କରୁଥିଲେ, ଯାହା ୨୦୧୦ ରେ ସର୍ବାଧିକ ୫୦୦ ମିଲିଅନ ଦର୍ଶକ ଦେଖିଥିଲେ। ସେ ମଧ୍ୟ ବିଶ୍ୱର ପ୍ରଥମ ଫୁଡ଼ ଏବଂ ଲାଇଫ ଷ୍ଟାଇଲ ଚ୍ୟାନେଲ୍ “ଫୁଡ଼ ଫୁଡ଼”ର ପ୍ରଥମ ସେଫ୍ ରହିଥିଲେ, ଯାହା ୨୦୧୧ରେ ଲଞ୍ଚ ହୋଇଥିଲା।