ଭୁବନେଶ୍ୱର(ଏନଏନଏସ୍): ଏଥର ଖରା ଛୁଟିରେ ପିଲାଙ୍କୁ ମିଳିବ ଆଇରନ ଓ ଫଲିକଏସିଡ ଟାବଲେଟ୍ । ଏପ୍ରିଲ୍ ୧୯ ରୁ ଜୁନ୍ ୧୬ ଯାଏ ଘରକୁ ଘର ବୁଲି ଟାବଲେଟ୍ ବଣ୍ଟାଯିବ । ଔଷଧ ବାଣ୍ଟିବାକୁ ନେଇ ଶିକ୍ଷକମାନଙ୍କୁ ଚିଠି ଜରିଆରେ ନିଦେ୍ର୍ଦଶ କରାଯାଇଛି ।
ରାଜ୍ୟ ସରକାରଙ୍କ ଆମୋନିଆ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଜରିଆରେ ଆମୋନିଆ ଦୂରୀକରଣ ଲକ୍ଷ୍ୟ ରଖାଯାଇଛି । ଏନେଇ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପିଛା ୮ଟି ଆଇଏଫଏ ଟାବଲେଟ ଦିଆଯିବ, ପିଙ୍କ ଟାବଲେଟ ପ୍ରଥମରୁ ପଞ୍ଚମ ଓ ବ୍ଲୁ ଟାବଲେଟ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଦିଆଯିବ । ଟାବଲେଟ ବଣ୍ଟାଯିବା ବେଳେ ଏ ସମ୍ପର୍କରେ ଅଭିଭାବକଙ୍କୁ ଅବଗତ କରାଇବେ ଶିକ୍ଷକ ।