ଫ୍ରାନ୍ସରେ ହେବାକୁ ଥିବା ବହୁଦେଶୀୟ ସମରାଭ୍ୟାସ ‘ଓରିୟନ୍’ରେ ଭାଗ ନେବେ ଭାରତୀୟ ବାୟୁସେନାର ପ୍ରଥମ ମହିଳା। ବହୁଦେଶୀୟ ସମରାଭ୍ୟାସ ‘ଓରିୟନ୍’ରେ ରାଫେଲ୍ ଲଢୁଆ ବିମାନ ଚଳାଉଥିବା ପ୍ରଥମ ଭାରତୀୟ ମହିଳା ପାଇଲଟ୍ ଶିବାଙ୍ଗୀ ସିଂହଙ୍କୁ ସାମିଲ କରାଯାଇଛି ବୋଲି ଭାରତୀୟ ବାୟୁସେନାର ଅଧିକାରୀମାନେ ଗତକାଲି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଶିବାଙ୍ଗୀ ହେଉଛନ୍ତି ରାଫେଲ୍ ସ୍କ୍ୱାଡ୍ରନ୍ର ପ୍ରଥମ ମହିଳା ପାଇଲଟ୍ ଏବଂ ‘ମଲ୍ଟି-ରୋଲ୍ ଏୟାର୍ ଡୋମିନେନ୍ସ’ ବିମାନ ଚଳାଇ ସେ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ବିଦେଶରେ ହେବାକୁ ଥିବା ସମରାଭ୍ୟାସ ପାଇଁ ଭାରତରୁ ପ୍ରଥମ ଥର ପାଇଁ ଲଢୁଆ ବିମାନ ପଠାଯାଇଛି।
ଚଳିତବର୍ଷ ଭାରତୀୟ ବାୟୁସେନା ଜାନୁଆରୀରେ ଅନ୍ତଃରଷ୍ଟ୍ରୀୟ ଅଭ୍ୟାସ ପାଇଁ ପ୍ରଥମ ଥର ଜଣେ ମହିଳା ପାଇଲଟ୍ ଙ୍କୁ ପଠାଇଥିଲେ। ଏହାପରେ ୨୦୧୭ ମସିହାରେ ଶିବାଙ୍ଗୀ ସିଂହ ଭାରତୀୟ ବାୟୁସେନାରେ ସାମିଲ୍ ହେବା ପରେ ଲଢୁଆ ବିମାନ ଚଳାଉଥିବା ପାଇଲଟ୍ ଶିବାଙ୍ଗୀ ସିଂହ ସାମିଲ୍ ହୋଇଛନ୍ତି।