ଖରାଦିନେ ସୁସ୍ଥ ରହିବା ପାଇଁ ଖାଦ୍ୟ ଶୈଳୀରେ ପରିବର୍ତ୍ତନ ନିହାତି ଆବଶ୍ୟକ। ଏନେଇ କିଛି ସ୍ୱତନ୍ତ୍ର ଖାଦ୍ୟ ଏବଂ ପାନୀୟକୁ ଅନେକ ଲୋକମାନେ ଆପଣେଇଥାନ୍ତି। ଖରାଦିନେ ଶରୀରକୁ ଥଣ୍ଡା ରଖିବା ପାଇଁ ତରଭୁଜ, କାକୁଡି ଆଦି ଖାଇବା ଉଚିତ୍। ସେହିଭଳି ୨ଟି ଜିନିଷ ରହିଛି, ଯାହାକୁ ଏକାସହ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ। ସେହି ୨ଟି ଜିନିଷ ହେଉଛି ପାନମଧୁରୀ ଓ ମିଶ୍ରି, ଯାହା ଶରୀରକୁ ଶୀତଳତା ପ୍ରଦାନ କରେ।
ପାନମଧୁରୀରେ ଲାଲରକ୍ତ କଣିକା ପ୍ରୋଟିନ ରହିଥାଏ। ଯାହା ଶରୀରରେ ହିମଗ୍ଲୋବିନ୍ ତିଆରି କରିବାରେ ସହାୟକ ହୋଇଥାଏ। ସେହିଭଳି ଶୁଖିଲା କାଶ ଜନିତ ସମସ୍ୟା ଥିଲେ, ମିଶ୍ରି ପାଣି ସେବନ କରନ୍ତୁ। ଏହା ବହୁତ ଜଲଦି କାଶ କମ କରିବାରେ ସହାୟକ ହୋଇଥାଏ।
ମିଶ୍ରି ପ୍ରାକୃତିକ ରୂପରେ ଶରୀରକୁ ଶୀତଳତା ପ୍ରଦାନ କରିଥାଏ। ଗରମ ପ୍ରଭାବରୁ ରକ୍ଷା ପାଇବାକୁ ହେଲେ ମିଶ୍ରି ପାଣିର ସେବନ କରିବା ଉଚିତ୍। କେତେକ ସମୟରେ ବାନ୍ତି, ବଦହଜମି, ଏସିଡିଟି ଆଦି ସମସ୍ୟା ଦେଖାଯାଇଥିଲେ ଆପଣ ମିଶ୍ରି ଏବଂ ପାନମଧୁରୀ ସେବନ କରିପାରିବେ। ଏଥିସହ ଦୁର୍ବଳ ଲାଗିବା କିମ୍ବା ବାରମ୍ବାର ମୁଣ୍ଡ ବୁଲାଇବା ଭଳି ଅନୁଭବ କରୁଥିଲେ ମିଶ୍ରି ଓ ପାନମଧୁରୀ ସେବନ କରନ୍ତୁ। ନିୟମିତ ଏହି ପାନୀୟ ସେବନ କରିବା ଦ୍ୱାର ବିଭିନ୍ନ ସମସ୍ୟା ଦୂର ହୋଇଥାଏ।