ଏନଏନଏସ୍: ଜଗତର ନାଥ ହେଉଛନ୍ତି ଜଗନ୍ନାଥ । ଜଗନ୍ନାଥକୁ ଦେଖିବା ପାଇଁ କାହିଁ କେତେ ଆଡୁ ଧାଇଁ ଆସନ୍ତି ଶ୍ରଦ୍ଧାଳୁ । କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ଜଗନ୍ନାଥ ପ୍ରେମୀ ରହିଛନ୍ତି । ଏବେ ଲଣ୍ଡନରେ ପ୍ରଥମ ଥର ପାଇଁ ଶୁଭିବ ଜୟ ଜଗନ୍ନାଥ । ୟୁକେ ରେ ପ୍ରଥମ ଥର ପାଇଁ ନିର୍ମିତ ହେବାକୁ ଯାଉଛି ଜଗନ୍ନାଥ ମନ୍ଦିର । ଏହି ମନ୍ଦିର ନିର୍ମାଣ ପାଇ ୨୫ କୋଟି ଟଙ୍କା ପ୍ରଦାନ କରିଛନ୍ତି ଓଡିଶାର ଶିଳ୍ପପତି ବିଶ୍ୱନାଥ ପଟ୍ଟନାୟକ । ଲଣ୍ଡନର ଏକ ୪ଟି ଫଣ୍ଡକୁ ବିପୁଳ ଅର୍ଥ ଦାନ କରିଛନ୍ତି । ଲଣ୍ଡନରେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ଲାଗି ସେ ଜଗନ୍ନାଥ ସୋସାଇଟି ୟୁକେ କୁ ଅର୍ଥ ଦାନ କରିଛନ୍ତି ।
ଗତ ୨୩ ତାରିଖରେ ଅକ୍ଷୟ ତୃତୀୟା ଅବସରରେ ଏକ ବିଶେଷ ବୈଠକ ଆୟୋଜନ ହୋଇଥିଲା । ଏହି ବୈଠକରେ ଲଣ୍ଡନରେ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ନିଷ୍ପତ୍ତି ହେବା ପରେ ଏହି ଅର୍ଥ ଦାନ କରିଥିଲେ । ଲଣ୍ଡନର ଶ୍ରୀଜଗନ୍ନାଥ ସୋସାଇଟି ୟୁକେ ଦ୍ୱାରା ଆୟୋଜିତ ହୋଇଯାଇଛି ଜଗନ୍ନାଥ ସମ୍ମିଳନୀ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଏହି ଅବସରରେ ଗଜପତି କହିଛନ୍ତି ମହାପ୍ରଭୁଙ୍କ ଆଶୀର୍ବାଦରେ ଲଣ୍ଡନରେ ମନ୍ଦିର ପାଇଁ ସୋସାଇଟିର ଯେଉଁ ପ୍ରତିବଦ୍ଧତା ରହିଛି ତାହା ଶୀଘ୍ର ପୂରଣ ହେବ ।