ପୁରୀ(ଏନଏନଏସ୍): ଶ୍ରୀମନ୍ଦିରରେ ପଡ଼ି ଶ୍ରଦ୍ଧାଳୁଙ୍କ ମୃତ୍ୟୁ। ମୃତକ ଭକ୍ତ ଜଣଙ୍କ ବିଶାଖପାଟଣାର ବୋଲି ଜଣାପଡିଛି। ମହାଲକ୍ଷ୍ମୀଙ୍କ ମନ୍ଦିରରେ ଦର୍ଶନ ପରେ ଭକ୍ତ ପାଖି ଦିବାକର ଅଚେତ ହୋଇ ପଡିଥିଲେ। ସଙ୍ଗେ ସଙ୍ଗେ ଶ୍ରୀମନ୍ଦିର ପୋଲିସ ତାଙ୍କୁ ଉତ୍ତରଦ୍ୱାର ପଟେ ବାହାରକୁ ଆଣିବା ସହ ତୁରନ୍ତ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ମାତ୍ର ତାଙ୍କ ଅବସ୍ଥାରେ କୌଣସି ପରିବର୍ତ୍ତନ ନହେବାରୁ କିଛି ସମୟ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଟାଉନଥାନା ଆଇଆଇସି ଗୋକୁଳାନନ୍ଦ ଦାସ ସୂଚନା ଦେଇଛନ୍ତି।