କଟକ(ଏନଏନଏସ୍): ଉଦଘାଟିତ ହୋଇଛି ୧୧ତମ ବିରୂପା ମହୋତ୍ସବ । ଏଥିପାଇଁ ଚଳଚଞ୍ଚଳ ହୋଇଛି କଟକ ଜିଲ୍ଲା ଗୋପୀନାଥପୁର ଓ ଏହାର ପାଶ୍ୱବର୍ତ୍ତୀ ଅଂଚଳ । ଏହି ଉତ୍ସବ ୫ଦିନ ଧରି ଚାଲିବ । ଆଞ୍ଚଳିକ, ସାମାଜିକ, ସାଂସ୍କୃତିକ ଉନ୍ନୟନ ଟ୍ରଷ୍ଟ ଓ ବିଜୟାନନ୍ଦ ଯୁବ ପରିଷଦ ପକ୍ଷରୁ ଏହି ମହୋତ୍ସବ ଆୟୋଜନ କରାଯାଇଛି । ଏହି ଉଦଘାଟନି ଉତ୍ସବରେ ଗୀତନାଚ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକି ଉଠିଥିଲା ମଂଚ ।
କାର୍ଯ୍ୟକ୍ରମରେ ଜିଲ୍ଲା ତଥା ଜିଲ୍ଲା ବାହାରୁ କଳାକାର ମାନେ ଯୋଗ ଦେଇଥିଲେ । ସେମାନଙ୍କୁ ଦେଖିବାକୁ ଦର୍ଶକଙ୍କଭିଡ ଲାଗିଥିଲା । ଉସôବରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ହାଇକୋର୍ଟର ଜଷ୍ଟିସ୍ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ,ସମ୍ମାନିତ ଅତିଥି ଭାବରେ ଉପଜିଲ୍ଲାପାଳ କମଲଜିତ୍ ଦାସ, ସାଲେପୁର ତହସିଲଦାର ଶିବ ମଲ୍ଲିକ ସମାଜସେବୀ ପ୍ରଶାନ୍ତ କୁମାର କର ଯୋଗ ଦେଇଥିଲେ ।