ଏନଏନଏସ୍: ପୁଣିଥରେ ନିର୍ବାଚନ ଲଢ଼ିବେ ଜୋ ବାଇଡେନ୍ । ୨୦୨୪ରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ସେ ପ୍ରାର୍ଥୀ ହେବାକୁ ଯାଉଛନ୍ତି । ଏନେଇ ନିଜେ ଘୋଷଣା କରିଛନ୍ତି ଜୋ ବାଇଡେନ । ସେ କେବଳ ନିର୍ବାଚନ ଲଢ଼ିବା କଥା ଘୋଷଣା କରିନାହାନ୍ତି । ଏହାସହ ସେ ନିର୍ବାଚନ ପ୍ରଚାର କମିଟି ମଧ୍ୟ ଘୋଷଣା କରିଛନ୍ତି ।
ଆମେରିକା ଗଣମାଧ୍ୟମ ସୂଚନା ମୁତାବକ ବାଇଡେନ ପୁଣିଥରେ ହ୍ୱାଇଟ ହାଉସ ବରିଷ୍ଠ ଅଧିକାରୀ ଓ ଡେମୋକ୍ରାଟିକ ପାର୍ଟିର କାର୍ଯ୍ୟକର୍ତ୍ତା ଭାବେ କାମ କରୁଥିବା ଜୁଲି ଶାବେଜ ରୋଡି୍ରଗ୍ମଙ୍କୁ ନିର୍ବାଚନ ପ୍ରଚାରକ ଭାବେ ଘୋଷଣା କରିଛନ୍ତି । ସେପଟେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ୨୦୨୨ ନଭେମ୍ବର ମାସରେ ଘୋଷଣା କରିଥିଲେ, ସେ ଆସନ୍ତା ୨୦୨୪ରେ ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଳିକାନ ପାର୍ଟି ତରଫରୁ ପ୍ରାର୍ଥୀ ହେବାକୁ ଯାଉଛନ୍ତି।