ସମ୍ବଲପୁର(ଏନଏନଏସ୍): ସମ୍ବଲପୁର ବୁର୍ଲା ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଛି ନୂଆ ତଥ୍ୟ । ଭିସେରା ରିପୋର୍ଟରେ ମୃତ୍ୟୁ ପୂର୍ବରୁ ଆଲକହଲ ସେବନ କରିଥିବା ପ୍ରମାଣ ମିଳିଛି । ରିପୋର୍ଟର୍ରେ ଇଥାଇଲ ଆଲକହଲ ସେବନ ନେଇ ତଥ୍ୟ ପ୍ରକାଶ ପାଇଛି । ଏନେଇ ସମ୍ବଲପୁର ଏସପି ସୂଚନା ଦେଇଛନ୍ତି ।
ଏସପି କହିଛନ୍ତି ସିସିଟିଭି ଫୁଟେଜରେ ପିଇବା ବେଳେର ଫୁଟେଜ ସହ ଲିଙ୍କ ରହିଛି । ଦୁଇଜଣ ହୋଟେଲରେ ବସି ପିଇବା ବେଳେର ଫୁଟେଜ୍ ସିଜ କରିଛୁ । ଡାୟାଟମ୍ ରିପୋର୍ଟରେ ମୃତ୍ୟୁ କାରଣ ପାଣିରେ ବୁଡିବା ଯୋଗୁଁ ଆସିଥିଲା । ତେବେ ଗତ ଫେବୃଆରୀ ୨୮ ତାରିଖରେ ଭିସୁଟ୍ ଛାତ୍ରୀ ଚିନ୍ମୟୀ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାକୁ ଆସିଥିଲେ । କିନ୍ତୁ ସେହିଦିନ ତାଙ୍କର ରହସ୍ୟମୟ ଢ଼ଙ୍ଗରେ ମୃତ୍ୟୁ ଘଟିଥିଲା ।