ଭୁବନେଶ୍ୱର(ଏନଏନଏସ୍): ରାଜ୍ୟରେ ଫେରିଲା ମାସ୍କ । ଖବର ଅନୁଯାୟୀ କ୍ରମାଗତ ଭାବେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ହସ୍ପିଟାଲରେ ମାସ୍କକୁ ବାଧ୍ୟତାମୂଳକ କରିଛନ୍ତି । ଏନେଇ ଗତକାଲି ସମସ୍ତ ସିଡିଏମଓ ଓ ମେଡିକାଲ କଲେଜର ଅଧୀକ୍ଷକଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।
ସୂଚନା ଅନୁଯାୟୀ ଦେଶ ତଥା ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । କୋଭିଡ୍ ନିୟମାବଳୀ ଅନୁଯାୟୀ ସମସ୍ତ ହସ୍ପିଟାଲରେ ମାସ୍କ ପିନ୍ଧିବା ଜରୁରୀ । ଏନେଇ ଡୁ୍ୟଟି ସମୟରେ ହସ୍ପିଟାଲର ସମସ୍ତ କର୍ମଚାରୀ ମାସ୍କ ପରିଧାନ କରିବେ । ଏଥିସହ ବୈଠକରେ ଥିବା ଅଧିକାରୀ, ଭିଡ ଥିବା ସ୍ଥାନରେ, କ୍ଲିନିକାଲ/ଲାବୋରେଟାରି, ଅନ୍ୟାନ୍ୟ ସେବା ଯୋଗାଉଥିବା କର୍ମଚାରୀ ଏବଂ ଇନଫ୍ଲୁଏଞ୍ଜା ଲକ୍ଷଣ ଥିବା ବ୍ୟକ୍ତି ଙ୍କୁ ମାସ୍କ ପିନ୍ଧିବା ପାଇଁ ବାଧ୍ୟତାମୂଳକ କରାଯାଇଛି ।