ପ୍ରଶ୍ନପତ୍ରରେ ତ୍ରୁଟି ପରେ ଓଏସଏସସି ପରୀକ୍ଷା ବାତିଲ । ପ୍ରଶ୍ନପତ୍ରରେ ଭୁଲ୍ ଥିଲା ଓଡିଆ ଲେଖା । ମିଳିଥିବା ସୂଚନା ମୁତାବକ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ (ଓଏସ୍ଏସ୍ସି) ଦ୍ବାରା ଗତକାଲି ହୋଇଥିବା ଆକାଉଣ୍ଟାଣ୍ଟ ପରୀକ୍ଷାରେ ତ୍ରୁଟିପୂର୍ଣ୍ଣ ଓଡ଼ିଆ ଲେଖାଥିବା ପ୍ରଶ୍ନପତ୍ର ଆସିଥିଲା । ଏହାକୁ ନେଇ ପରୀକ୍ଷାର୍ଥୀମାନେ ଚିନ୍ତାରେ ପଡିଯାଇଥିଲେ । ପରୀକ୍ଷାର୍ଥୀମାନେ ଏନେଇ ପରୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ବି ସମାଧାନ କରିପାରି ନ ଥିଲେ। ପରେ ପରୀକ୍ଷା ବାତିଲ କରାଯାଇଥିଲା । ସାନି ପରୀକ୍ଷା ପାଇଁ ଖୁବଶୀଘ୍ର ତାରିଖ ଘୋଷଣା କରାଯିବ ।
ରବିବାର ଗୃହ ଓ ନଗର ଉନ୍ନୟନ ବିଭାଗର ଆକାଉଣ୍ଟାଣ୍ଟ ଗ୍ରୁପ୍ ‘ବି’ ପଦବୀ ପାଇଁ ପରୀକ୍ଷା କରିଥିଲା ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ । ଯେଭଳି ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର କରାଯାଇଥିଲା, ତାହା କିପରି ସମ୍ଭବ ହେଲା, ତାହା ମଧ୍ୟ ଆଶ୍ଚର୍ୟ୍ୟର କଥା । ପ୍ରଶ୍ନପତ୍ରର ଅକ୍ଷରଗୁଡିକ ଓଡ଼ିଆରେ ଥିଲା, କିନ୍ତୁ ଗୋଟିଏ ଶବ୍ଦ ମଧ୍ୟ ବୁଝିବା ସମ୍ଭବ ନଥିଲା । ପ୍ରଶ୍ନପତ୍ର ତ୍ରୁଟି ପାଇଁ ଦୁଃଖ ପ୍ରକାଶ କଲା ଓଏସଏସସି ।