ଭୁବନେଶ୍ୱର(ଏନଏନଏସ୍): ରାଜ୍ୟରେ ପ୍ରଭାବ ଦେଖାଉଛି କାଳବୈଶାଖୀ । ଏନେଇ କିଛି ସ୍ଥାନରେ ବର୍ଷା ପବନ ସାଙ୍ଗକୁ କୁଆପଥର ମାଡ଼ ହେଉଛି । ରାଜ୍ୟରେ କିଛି ସ୍ଥାନରେ ତାତିର ପ୍ରକୋପ କମିଥିବାର ମଧ୍ୟ ଦେଖିବାକୁ ମିଳିଛି । ତାପମାତ୍ରା ମଧ୍ୟ ୪୦ ଡିଗ୍ରୀ ତଳକୁ ରହିଛି । ସୂଚନାଯୋଗ୍ୟ ଆଗାମୀ ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରି ରହିବ ।
ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡିଘଡି ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ଘଣ୍ଟାପ୍ରତି ପବନର ବେଗ ୪୦ ରୁ ୫୦ କିଲୋମିଟର ହୋଇପାରେ ବୋଲି ଆକଳନ କରାଯାଇଛି । ଅନ୍ୟପଟେ କାଳବୈଶାଖୀ ନେଇ ୯ଟି ଜିଲ୍ଲା କଟକ, ଢ଼େଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କଳାହାଣ୍ଡି, କେନ୍ଦୁଝରକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।