() ବନ୍ଧୁକ ଦେଖାଇ ଦୋକାନରୁ ଲୁଟ ଉଦ୍ୟମ । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ମହାଦେଇପାଟଣା ଏସିଏସଟି ସ୍କୁଲ ପାଖ ସାରଳା ଜୁଲଏଲାରୀରୁ ଦୁବୃତ୍ତମାନେ ଲୁଟ କରିବାକୁ ଉଦ୍ୟମ କରୁଥିଲେ । ସକାଳୁ ମାଲିକ ଦୋକନ ଖୋଲିବା ବେଳେ ତିିନିଜଣ ଦୁବୃତ୍ତ କଳା ପଲସରରେ ଆସିତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ । ଦୋକାନୀ ଜଣଙ୍କ ପାଟି କରିବାରୁ ଲୋକ ଘଟଣାସ୍ଥଳରେ ରୁଣ୍ଡ ହୋଇଯାଇଥିଲେ ।
ଧରାପଡିଯିବା ଭୟରେ ଲୁଟେରାମାନେ ୩ରାଉଣ୍ଡ ଫାଙ୍କା ଗୁଳି ଚଳାଇଥିଲେ । ଏବଂ ଘଟଣାସ୍ଥଳରୁ ଖସି ପଳାଇଯାଇଥିଲେ । ତେବେ ଅଭିଯୋଗ ପରେ ଆଳି ଥାନା ଆଇଆଇସି ଓ ପଟ୍ଟାମୁଣ୍ଡାଇ ଏସିଡିପିଓ ଘଟଣାସ୍ଥଳରେ ପଂହଚି ୩ଟି ଖୋକା ଜବତ କରିବା ସହ ସିସିଟିଭି ଅଧାରରେ ତଦନ୍ତ ଚଳାଇଛନ୍ତି ।