ଭୁବନେଶ୍ୱର(ଏନଏନଏସ୍): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି ଭିଜିଲାନ୍ସ। ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୩ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଥିବା ଜଣାଯାଇଛି। ଚାର୍ଜସିଟରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଖରେ ୯କୋଟି ୧୮ ଲକ୍ଷ ୧୩ ହଜାର ୭ ଟଙ୍କା ବେଆଇନ ସମ୍ପତି ଥିବା ଉଲ୍ଲେଖ ରହିଛି।
ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ତାଙ୍କ ପତ୍ନୀଙ୍କ ନାଁରେ ଚାର୍ଜସିଟ ଦାଖଲ କରାଯାଇଛି। ପୂର୍ବ ସୂଚନା ଅନୁଯାୟୀ ଲୋକୟୁକ୍ତଙ୍କ ନିର୍ଦ୍ଦେଶରେ ୪.୧୦.୨୦୨୧ରେ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ ହୋଇଥିଲା କରାଯାଇଥିଲା । ଏନେଇ କଟକ ଭିଜିଲାନ୍ସର ଭାରପ୍ରାପ୍ତ ଏସପି ସରୋଜ ସାମଲ ସୂଚନା ଦେଇଛନ୍ତି।