ଏନଏନଏସ୍: ତାତିରୁ ମିଳିଛି ଆଶ୍ୱସ୍ତି । ବଦଳିଛି ପାଣିପାଗ । ଏନେଇ କିଛି ସ୍ଥାନରେ ହାଲୁକା ବର୍ଷା ହେବା ସହ ତାପମାତ୍ରା ୪୦ଡିଗ୍ରୀ ତଳକୁ ରହିଛି । ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ୩ ରୁ ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରି ରହିବ । ୧୨ଟି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି । ଜିଲ୍ଲାଗୁଡିକ ହେଉଛି ଖୋର୍ଦ୍ଧା, ପୁରୀ, କଟକ, ଗଞ୍ଜାମ, ନୟାଗଡ, କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ରାୟଗଡା, ଜଗତସିଂହପୁର ଏବଂ ନବରଙ୍ଗପୁର । ଏହି ସମୟରେ ପବନର ବେଗ ୪୦ ରୁ ୫୦ କିଲୋମିଟର ରହିପାରେ ବୋଲି ଆକଳନ କରାଯାଇଛି । ଏନେଇ ଏହିସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।