ପୁରୀ(ଏନଏନଏସ୍): ଆଇନ୍ ବିଭାଗରେ ହଜିଯାଇଥିବା ଶ୍ରୀମନ୍ଦିର ପ୍ରଶାସନର ୨ଟି ଫାଇଲ୍ ମିଳିଛି । ଏନେଇ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଖବର ଅନୁଯାୟୀ ବିଭାଗୀୟ ପ୍ରମୁଖ ଶାସନ ସଚିବ ଧନେଶ୍ବର ମଲ୍ଲିକ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ଦୁଇଟି ପୁରାତନ ଫାଇଲ୍ ନ ମିଳିବା ବା ହଜିଯାଇଥିବା ଖବର ଗଣମାଧ୍ୟମରେ ପ୍ରସାରିତ ହେବା ସରକାରଙ୍କ ନଜରକୁ ଆସିଛି। ଏହି ଦୁଇଟି ପୁରୁଣା ରୁଟିନ୍ ଫାଇଲ୍ ବହୁ ପୁରାତନ। ସେଗୁଡ଼ିକ ପୁରୁଣା ଫାଇଲ୍ ଭିତରେ ମିଶିଯିବା ଦ୍ୱାରା ଏହାକୁ ଖୋଜିବା ଅତ୍ୟନ୍ତ କଠିନ ଥିଲା। ଏଣୁ ଉଭୟ ଫାଇଲ୍କୁ ଖୋଜିବା ପାଇଁ ସମସ୍ତ ଉପବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏବେ ଏହି ଦୁଇଟି ଫାଇଲ୍ ମିଳିଯାଇଛି ଓ ସଂପୂର୍ଣ୍ଣ ସୁରକ୍ଷିତ ଅଛି।