ଗଞ୍ଜାମ(ଏନଏନଏସ୍): ବିପୁଳ ପରିମାଣର ଗଞ୍ଜେଇ ପୋଡି ନଷ୍ଟ କଲା ଶେରଗଡ ପୋଲିସ । ବିଗତ ଦିନରେ ପୋଲିସ ଜବତ କରି ରଖିଥିବା ଗଞ୍ଜେଇକୁ କୋର୍ଟଙ୍କ ରାୟ ପରେ ଗଞ୍ଜାମ ଜିଲ୍ଳାରେ ଥିବା ସରକାରୀ ସ୍ୱୀକୃତିପ୍ରାପ୍ତ ଚିମନୀରେ ପୋଡି ନଷ୍ଟ କରାଯାଇଛି । ଚିମନୀରେ ମୋଟ ୧୦୩୯ କେଜି ଗଞ୍ଜେଇ ପୋଡି ନଷ୍ଟ କରାଯାଇଥିବା ଜଣାପଡିଛି । ଏହି ଚିମନୀରେ ଚାରୋଟି ଜିଲ୍ଲାର ମେଡିକାଲରୁ ବାହାରୁଥିବା ବର୍ଜ୍ୟବସ୍ତୁ ଏବଂ ପୋଲିସ ଜବତ କରୁଥିବା ଗଞ୍ଜେଇ ଆଦିକୁ ପୋଡି ନଷ୍ଟ କରାଯିବା ପାଇଁ ମେସିନ ସ୍ଥାପନ କରାଯାଇଛି । ତେବେ ଆଜି ଜବତ ଗଞ୍ଜେଇକୁ ପୋଲିସ କମିଟିର ସମସ୍ତ ଅଧିକାରୀଙ୍କ ଉପସ୍ଥିତିରେ ଏକ ଟିମ ଗଠନ କରାଯାଇ ଗଞ୍ଜେଇକୁ ଅରଖପଦା ଚିମନୀକୁ ନିଆଯାଇଥିଲା ।
ଜବତ ଗଞ୍ଜେଇକୁ ଆଜି ସକାଳୁ ପୋଲିସ କମିଟିର ସମସ୍ତ ଅଧିକାରୀଙ୍କ ଉପସ୍ଥିତି ଏକ ଟିମ ଗଠନ କରାଯିବା ପରେ ଉକ୍ତ ଗଞ୍ଜେଇକୁ ଅରଖପଦା ଚି଼ମୀନିକୁ ନିଆଯାଇଥିଲା । ସେଠାରେ ଗଞ୍ଜାମ ଡେପୁଟି କଲେକ୍ଟର ବିଶ୍ୱନାଥ ରଥ,ଏସ.ପି ଜଗନ ମୋହନ ମିନା, ଆଇଜି ସତ୍ୟବ୍ରତ ଭୋଇ, ଡ଼ି.ଏସ.ପି ସୁଜିତ ନାୟକ, ଏକ୍ସାଇଜ ଏସ.ପି ଦେବି ପ୍ରସାଦ ଦାସ, ହେଡକ୍ୱାଟର ଇନସିପେକ୍ଟର ଏସ. ଏସ.ମନ୍ଦାନା, ଶେରଗଡ଼ ଆଇଆଇସି ମନୋଜ କୁମାର ପ୍ରଧାନ,ସାଇଣ୍ଟିଫିକ ଅଫିସର ଜଝୠଖ ଦିପ୍ତୀରଂଜନ ପାଢ଼ୀ ଓ ଆସିକା ଏସ.ଡି.ପି.ଓ ଉମା ଚରଣ ସିଂ ଙ୍କ ଉପସ୍ଥିତରେ ଉକ୍ତ ଗଞ୍ଜେଇକୁ ପୋଡି ନଷ୍ଟ କରାଯାଇଛି।