ଏନଏନଏସ୍: ଛତିଶଗଡ଼ ଅନ୍ତର୍ଗତ ବସ୍ତର ଜିଲ୍ଲାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବିବାହ ବେଦୀ ଉପରେ ବର-କନ୍ୟାଙ୍କୁ ଏସିଡ୍ ମାଡ କରି ଦୁବୃର୍ତ୍ତ ଫେରାର୍ । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଅନ୍ଧାରର ସୁଯୋଗ ନେଇ ଦୁର୍ବୃତ୍ତ ଏଭଳି କାଣ୍ଡ ଘଟାଇ ଥିବା ବେଳେ ବର ଓ କନ୍ୟା ସମେତ ନିକଟରେ ଉପସ୍ଥିତ ୧୦ ଜଣ ଏସିଡ୍ ଆକ୍ରମଣର ଶିକାର ହୋଇଥିଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବସ୍ତର ଜିଲ୍ଲା ଅନ୍ତର୍ଗତ ଭାନପୁରୀର ଆମାବାଲ ଗ୍ରାମରେ ।
ସୂଚନା ଅନୁଯାୟୀ ସୁଧାପାଲ ଗ୍ରାମର ଡମରୁଧର ବଘେଲ,ଆମାବାଲ ଗ୍ରାମର ସୁନୀତା କଶ୍ୟପଙ୍କ ସହିତ ବିବାହ ଚାଲିଥିବା ବେଳେ ହଠାତ୍ ଲାଇନ୍ ଚାଲି ଯାଇଥିଲା । ଏହାର ସୁଯୋଗ ନେଇ କେହି ଦୁର୍ବୃତ୍ତ ବିବାହ ବେଦୀ ନିକଟରେ ପହଞ୍ଚି ବର ଓ କନ୍ୟା ଉପରେ ଏସିଡ୍ ମାଡ଼ ମାରି ଫେରାର୍ ହୋଇଯାଇଛି । ଘଟଣାସ୍ଥଳରେ ବେଦୀ ପାଖରେ ଥିବା ବର-କନ୍ୟାଙ୍କ ସମେତ ପାଖରେ ଥିବା ଲୋକମାନେ ମଧ୍ୟ ଏସିଡ୍ ଆକ୍ରମଣର ଶିକାର ହୋଇଛନ୍ତି । ଅନ୍ୟପଟେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।