ଏନଏନଏସ୍: ଦିଲ୍ଲୀ ସାକେତ କୋର୍ଟ ପରିସରରେ ଗୁଳିକାଣ୍ଡ । ଓକିଲ ବେଶରେ ଆସି ମହିଳାଙ୍କୁ ଗୁଳି ମାଡ କଲା ଦୁର୍ବୃତ୍ତ । ସୂଚନାଯୋଗ୍ୟ ମହିଳା ଜଣକ ଏକ ମାମଲାରେ ସାକ୍ଷୀ ଦେବା ପାଇଁ କୋର୍ଟରେ ପହଞ୍ଚିଥିଲେ । ଏହି ସମୟରେ ଦୁର୍ବୃତ୍ତ ଜଣକ ଓକିଲ ବେଶରେ ଆସି ଗୁଳି ଚଳାଇଥିଲେ । ଫଳରେ ଘଟଣାସ୍ଥଳରେ ମହିଳା ଜଣକ ଗୁରୁତର ଆହତ ହୋଇଛନ୍ତି । ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଏମ୍ସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଘଟଣାସ୍ଥଳରେ ଦିଲ୍ଲୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।