ଏନଏନଏସ୍: ବଡମ୍ବା ଚିନି ମିଲର ପୁନରୁଦ୍ଧାର ନେଇ ଉଚ୍ଚସ୍ତରୀୟ ବୈଠକ । ଆଜି ବଡମ୍ବା ଚିନି ମିଲର ପୁନରୁଦ୍ଧାର ପ୍ରସଙ୍ଗ ନେଇ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଦୀର୍ଘ ୨୨ ବର୍ଷ ହେବ ଏହି ଚିନିକଳ ବନ୍ଦ ରହିଥିବାରୁ ଦେଖା ଦେଇଛି ଜନ ଅସନ୍ତୋଷ । ବହୁତ ଆର୍ଥିକ ଦୁରାବସ୍ଥା ମଧ୍ୟରେ ଗତି କରୁଛନ୍ତି ଏହାର କର୍ମଚାରୀଙ୍କ ପରିବାର । ବିଗତ ଦିନରେ ମଧ୍ୟ ଏହାକୁ ପୁନଃ ଉଦ୍ଧାର କରିବାକୁ ନେଇ ଅନେକ ଦାବି ଉଠିଥିଲା । ଏବେ ଜରାଜୀର୍ଣ୍ଣ ଜଙ୍ଗଲ ସଦୃଶ ଅବସ୍ଥାରେ ପଡିରହିଛି ବଡମ୍ବା ଚିନିକଳ । ଚିନି କଳଟି ବନ୍ଦ ପଡିଥିବାରୁ ଆଖୁ ଚାଷ ହ୍ରାସ ପାଇବା ସହ ଚାଷୀଙ୍କର ଅଧିକାଂଶ ଜମି ପଡିଆ ପଡିଥିବା ଅଭିଯୋଗ ହୋଇଛି ।