ବଚ୍ଚନ ପରିବାର ଗେହ୍ଲି ଆରାଧ୍ୟା ଗଲେ ହାଇକୋର୍ଟ । ଐଶ୍ୱରୀୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ଲାଡଲି ଝିଅ ଆରାଧ୍ୟାଙ୍କ ପକ୍ଷରୁ ହାଇକୋର୍ଟରେ ଦାଖଲ ହେଲା ପିଟିସନ । ଅମିତା ବଚ୍ଚନଙ୍କ ୧୧ ବର୍ଷିୟ ନାତୁଣୀ ଦିଲ୍ଲୀ ହାଇକୋର୍ଟ ଯିୁବାକୁ ନେଇ ଆପଣଙ୍କ ମନରେ ଅନେକ ପ୍ରଶ୍ନ ଉଠୁଥିବ । ସୂଚନାଯୋଗ୍ୟ ଆରାଧ୍ୟା ବଚନଙ୍କୁ ନେଇ ମିଥ୍ୟା ଖବର ପ୍ରଚାର ହୋଇଛି , ଯାହା ବିରୋଧରେ ବଚନ ପରିବାର ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହେବାସହ ପିଟିସନ ଦାଖଲ କରିଛନ୍ତି । ଅମିତା ବଚ୍ଚନ ଓ ଜୟା ବଚ୍ଚନଙ୍କ ଗେହ୍ଲି ନାତୁଣୀଙ୍କ ସ୍ୱାସ୍ଥା ଏବଂ ଜୀବନ ଶୈଳିକୁ ନେଇ ଭୁଲ ତଥ୍ୟ ଉପସ୍ଥାପନା କରାଯାଇଛି । ଯେଉଁଥିପାଇଁ ଆରାଧ୍ୟାଙ୍କୁ ବହୁତ ଟ୍ରୋଲ ହେବାକୁ ପଡୁଛି । ଏଥିପାଇଁ ବଚନ ପରିବାର ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।
ଖବର ଅନୁଯାୟୀ ବଚ୍ଚନ ପରିବାର ପକ୍ଷରୁ ଆବେଦନରେ କୁହାଯାଇଛି ଯେ, ଆରାଧ୍ୟା ଏବେ ବି ଛୋଟ ଅଛନ୍ତି । ଏଭଳି ମିଥ୍ୟା ଖବର ପ୍ରସାର କରିବା ଦ୍ୱାରା ସେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯେଉଁଥିପାଇଁ ବଚ୍ଚନ ପରିବାର ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏ ସବୁରୁ ତାଙ୍କୁ ଦୂରେଇ ରଖିବାକୁ କୋର୍ଟଙ୍କ ପାଖରେ ଅନୁରୋଧ କରିଛନ୍ତି ବଚ୍ଚନ ପରିବାର ।