ଏନଏନଏସ୍: ପୁଣି ମେଟାରେ ଆରମ୍ଭ ହେଲା ଛଟେଇ । ତିନି ମାସ ମଧ୍ୟରେ ତିନୋଟି ପର୍ଯ୍ୟାୟରେ ଚାକିରି ହରାଇବେ ୧୦ ହଜାର କର୍ମଚାରୀ । ଆର୍ଥିକ ସଙ୍କଟ ମଧ୍ୟରେ କମ୍ପାନୀ ଆଉ ଏକ ରାଉଣ୍ଡ ଛଟେଇ ଆରମ୍ଭ କରିଥିବା ଜଣାପଡିଛି । ଏଥିରେ ଇଞ୍ଜିନିୟର ତଥା ବୈଷୟିକ ଟିମ ଅଧିକ ପ୍ରଭାବିତ ହୋଇଛନ୍ତି ।
ସୂଚନା ମୁତାବକ, ମାର୍ଚ୍ଚ ମାସରେ ମେଟା ପ୍ରଥମ ବୃହତ ବୈଷୟିକ କମ୍ପାନୀ ଭାବରେ ଦ୍ୱିତୀୟ ପର୍ଯ୍ୟାୟ ଛଟେଇ ନେଇ ଘୋଷଣା କରିଥିଲା । ତିନି ମାସ ମଧ୍ୟରେ ତିନୋଟି ପର୍ଯ୍ୟାୟରେ ୧୦ ହଜାର କର୍ମଚାରୀ ପ୍ରଭାବିତ ହେବେ ବୋଲି ୱାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ପ୍ରକାଶ ପାଇଥିଲା । ଫେସବୁକ ଓ ଇନଷ୍ଟାଗ୍ରାମ ପ୍ରାରେଂଟ କମ୍ପାନୀର ମେଟା ବ୍ୟବସାୟିକ ଆହ୍ୱାନକୁ ସାମ୍ନା କରିବାକୁ ଯାଇ କମ୍ପାନୀରେ କର୍ମଜୀବୀ ସଂଖ୍ୟା ହ୍ରାସ କରୁଥିବା ଗତବର୍ଷ ସିଇଓ ମାର୍କ ଜୁକରବର୍ଗ କହିଥିଲେ । ଏବେ ୨୦୨୩ ଆରମ୍ଭରୁ ହିଁ କମ୍ପାନୀରେ ଆରମ୍ଭ ହୋଇଯାଇଛି ଛଟେଇ । ତେବେ ମେଟା ପରେ ଆଗକୁ କେଉଁ କେଉଁ କମ୍ପାନୀ ଛଟେଇ କରୁଛନ୍ତି ତା ଉପରେ ନଜର ରହିବ ନିଶ୍ଚୟ ।