ଜଳେଶ୍ୱର(ଏନଏନଏସ୍): ଜଳେଶ୍ୱରକୁ ସବଡିଭିଜନ ମାନ୍ୟତା ପାଇଁ ଦାବି । ଏନେଇ ଆନନ୍ଦ ପ୍ଳେସ କଲ୍ୟାଣ ମଣ୍ଡପରେ ଯୁବ ସଂଗଠନ ପକ୍ଷରୁ ପ୍ରେସମିଟ୍ । ସୂଚନା ଅନୁସାରେ ଗତ ତିନିମାସ ପୂର୍ବରୁ ଦଶହଜାର ଦସ୍ତଖତ ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜଳେଶ୍ୱର ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ସରକାର କୌଣସି ପଦକ୍ଷେପ ନେଉନଥିବାରୁ ଯୁବ ଛାତ୍ର ସଂଗଠନ ପକ୍ଷରୁ ଆସନ୍ତା ୨୨ ମେରେ ବନ୍ଦ ଡାକରା ଦିଆଯାଇଛି ।
ଜଳେଶ୍ଵର କୁ ସବଡିଭିଜନ ମାନ୍ୟତା ପାଇଁ ଦୀର୍ଘ ଦଶନ୍ଧି ରୁ ଉର୍ଦ୍ଧ୍ବ ସମୟ ଧରି ସବଡ଼ିଭିଜନ ପାଇଁ ଦାବି ଉଠିଥିଲା, ବୁଦ୍ଧିଜୀବୀ, ଓକିଲ ସଂଘ, ସ୍ଥାନୀୟ ବିଧାୟକ, ସାଂସଦ ମାନେ ଅଣ୍ଟା ଭିଡି ଥିବା ବେଳେ ଧୀରେ ଧୀରେ ନେତୃତ୍ୱ ମଣ୍ଡଳୀ ଙ୍କ ସ୍ୱର ରେ ଶିଥିଳତା ପଡିଯାଇଛି। ତେବେ ଉକ୍ତ ଦାବି କୁ ଅଧିକ ଶାଣିତ କରିବାକୁ ଜଳେଶ୍ୱର ସଚେତନ ଯୁବ ଓ ଛାତ୍ର ସଂଗଠନ ମାନେ ଏକତ୍ରିତ ହୋଇ ଦାବି ଉପସ୍ଥାପନା କରିଥିବା ବେଳେ ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ତେଣୁ ତିନିମାସ ର ଅବଧି ଅତିବାହିତ ହୋଇଥିଲା ବେଳେ ସରକାର ଙ୍କ ନିରବତା କୁ ନେଇ ପୁଣି ଥରେ ଆନ୍ଦୋଳନ ର ଚେତାବନୀ ଦେଇଛନ୍ତି ସଂଗଠନ।