କେନ୍ଦ୍ରାପଡା(ଏନଏନଏସ୍): କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ଶିଆଳିଆ ଗାଁ ର ଖରାଖାଇ ଠାକୁରାଣି ଏବେ ସାରା ରାଜ୍ୟରେ ପରିଚିତ । ତେବେ ସବୁଠାରୁ ବଡକଥା ହେଲା ମା ଖରାଖାଇ ଠାକୁରାଣୀଙ୍କର ଆର୍ଶିବାଦ ଓ ମହିମା ଅପାର । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ମା ଯେଉଁ ଠାରେ ବିରାଜମାନ କରିଛନ୍ତି ସେହି ଗାଁରେ କାହିଁ କେଉଁକାଳରୁ କାହାରି ଘରେ କବାଟ ନାହିଁ । ବିଶ୍ୱାସ ରହିଛି ଯେ, ମା ଖରାଖାଇ କବାଟ ଉପରେ ବିରାଜମାନ କରିଥିବାରୁ ଗାଁରେ ପ୍ରତ୍ୟେକ ଲୋକ ବିନା କବାଟରେ ରହିଥାନ୍ତି ।
କିମ୍ବଦନ୍ତି କହେ ପୁରୁଷ ପୁରୁଷାନୁ କ୍ରମେ ମା ଏହି ଗାଁରେ ପୂଜାହୋଇ ଆସୁଛନ୍ତିା କାହିଁ କେତେ ଆଡୁ ହଜାର ହଜାର ଭକ୍ତ ଆସି ମାନସିକ କରି ମାଁ ଙ୍କ ପାଖରେ ଗୁଆ ବସାଇ ଆରୋଗ୍ୟ ଲାଭ କରିଥାନ୍ତି । କର୍କଟ ରୋଗ ଠାରୁ ଆରମ୍ଭ କରି ବହୁ ଅସାଧ୍ୟ ରୋଗ ମା ଙ୍କ ଆର୍ଶିବାଦରୁ ଭଲ ହୋଇଥିବା ଲୋକଙ୍କ ବିଶ୍ୱାସ ରହିଛି । ତେବେ ମାନସିକ ପୂରଣ ହେବାପରେ ମା ଙ୍କୁ ମାଟି ଘୋଡା ଦେଇଥାନ୍ତି ଭକ୍ତ।
ଆହୁରି ମଧ୍ୟ ଉଲ୍ଲେଖ ରହିଛି ପୂର୍ବରୁ ଜଣେ ଇସଲାମ ସଂମ୍ପ୍ରଦାୟର ଧନି ଲୋକ ମାଁ ଙ୍କ କଥାକୁ ବିଶ୍ୱାସ ନକରି ନିଜେ ଘରେ କବାଟ ଲଗାଇ ଥିଲେ । ତେବେ ବହୁତ କମ ଦିନ ଭିତରେ ତାର ବଂଶ ଲୋପ ପାଇଯାଇଥିଲା ବୋଲି କିଛି ଗ୍ରାମବାସି କହିଛନ୍ତି । ଅନ୍ୟପଟେ ଏହି ଗାଁ ରେ କେବେ ଚୋରି ହୁଏ ନାହିଁ ବୋଲି କୁହାଯାଇଛି । ତେବେ ପୁର୍ବରୁ କେହି ଜଣେ ଚୋର କଦଳି ଗଛ ରୁ କଦଳି କାନ୍ଦି ଚୋରି କରୁଥିବାରୁ ଚୋର ଜଣକ ଧାରୁଆ ଦା ବଢାଇ ସକାଳ ପର୍ଯ୍ୟନ୍ତ ସ୍ଥାଣୁ ପାଲଟିଯାଇଥିଲା । ଆଉ ଯେ ଚୋରି କରେ ସେ ସେମିତି ସ୍ଥାଣୁ ପାଲଟିଯାଏ ବୋଲି ବିଶ୍ୱାସ ରହିଛି ।
ଏହି ପବିତ୍ର ସ୍ଥାନରେ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନ ୫ ଦିନ ଧରି ଯଜ୍ଞର ଆୟୋଜନ କରାଯାଇଥାଏ । ଏହି ଯଜ୍ଞ ରେ ବହୁ ଜନ ସମାବେଶ ଦେଖିବାକୁ ମିଳିଥାଏ । ତେବେ ଏହି ସମୟରେ ପ୍ରତ୍ୟେକ ବର୍ଷ ନାଗ ସାପ ଯଜ୍ଞ ପିଠ ପାଖକୁ ଆସି ମା ଙ୍କ ବେଢା ଚାରିପଟେ ଘୁରି ବୁଲିଥାନ୍ତି । ତେଣୁ କାହିଁ ଦୂର ଦୂରାନ୍ତର ରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ମନରେ ଭକ୍ତି ଭାବାବେଗ ସୃଷ୍ଟି ହୋଇଥାଏ ।