ସମ୍ବଲପୁର(ଏନଏନଏସ୍): ସମ୍ବଲପୁରକୁ ଫେରୁଛି ଶାନ୍ତି । ସ୍ୱାଭିବକ ହେବାରେ ଲାଗିଛି ସ୍ଥିତି । ଏନେଇ ଦିନରେ କଟକଣା ହଟାଯାଇଛି କିନ୍ତୁ ନାଇଟ୍ କର୍ଫୁ୍ୟ ଜାରି ରହିଛି । ଅନ୍ୟପଟେ କଟକଣା କୋହଳ କରାଯିବା ପରେ ମଧ୍ୟ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି । ଏନେଇ ଆହୁରି ୨ଦିନ ଇଣ୍ଟରନେଟ୍ ସେବା ବନ୍ଦ ରହିବ ବୋଲି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । କିନ୍ତୁ ଦେବା ସହ ଲିଜ୍ ଲାଇନ୍ ଓ ବ୍ରଡ ବ୍ୟାଣ୍ଡ ସେବା ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏ ଖୋଲା ରହିବ।
ସହରରେ କିପରି ସଂପୂର୍ଣ୍ଣ ଶାନ୍ତି ଫେରିବ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି। ଆଜି ରାଜସ୍ୱ କମିଶନରଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ବୈଠକ ବସିବ। ବୈଠକରେ ଜିଲ୍ଲାପାଳ ଓ ଏସପି ଙ୍କ ସମେତ ସହରର ବିଭିନ୍ନ ବର୍ଗର ଲୋକ ଉପସ୍ଥିତ ରହି ଆଲୋଚନା କରିବେ।