ଆଜି ବିଶ୍ୱ ଯକୃତ ଦିବସ ବା ୱାର୍ଲ୍ଡ ଲିଭର୍ ଡେ । ମାନବ ଶରୀରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗମାନଙ୍କ ମଧ୍ୟରୁ ଲିଭର ବା ଯକୃତ ଅନ୍ୟତମ। ଏହା ଶରୀରରେ ପାଚନ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ । ତେଣୁ ଯକୃତର ଉପଯୁକ୍ତ ଯତ୍ନ ନେବା ନିତାନ୍ତ ଆବଶ୍ୟକ । ଏଥିପାଇଁ ପ୍ରତିଟି ବ୍ୟକ୍ତିଙ୍କୁ ସଚେତନ କରାଇବା ଉଦେ୍ଦଶ୍ୟରେ ପ୍ରତିବର୍ଷ ଏପ୍ରିଲ ୧୯କୁ ବିଶ୍ୱ ଯକୃତ ଦିବସ ଭାବେ ପାଳନ କରାଯାଏ ।
ଜଣେ ବ୍ୟକ୍ତିର ଖାଦ୍ୟକୁ ନେଇ ପାକସ୍ଥଳୀରେ ପହଂଚାଇଥାଏ ଯକୃତ ବା ଲିଭର । ଶରୀରର ଏହି ସୂକ୍ଷ୍ମ ଅଙ୍ଗଟିର ଯଦି ଉଚିତ ଯତ୍ନ ନନିଆଯାଏ ତେବେ ଏହା ଖୁବଶୀଘ୍ର ନଷ୍ଟ ହେବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଅନୁପଯୁକ୍ତ ଖାଦ୍ୟଗ୍ରହଣ, ଶାରୀରିକ କାର୍ଯ୍ୟକଳାପର ଅଭାବ, ଅତ୍ୟଧିକ ଓଜନ ବୃଦ୍ଧି, ମଧୁମେହ, ଉଚ୍ଚ ରକ୍ତଚାପ, ଥାଇରଏଡ ଏବଂ ଅସ୍ୱାଭାବିକ କୋଲେଷ୍ଟ୍ରଲ ବୃଦ୍ଧି ଲିଭର କ୍ଷତି ବା ଡ୍ୟାମେଜ ହେବାର ମୁଖ୍ୟ କାରଣ ।
ସେହିପରି ମାତ୍ରାଧିକ ମଦ୍ୟପାନ ମଧ୍ୟ ଯକୃତକୁ ପ୍ରଭାବିତ କରିଥାଏ । ଅନ୍ୟପଟେ ପର୍ୟ୍ୟାପ୍ତ ପରିମାଣର ପାଣି ନ ପିଇବା, ଚାପଗ୍ରସ୍ତ ହେବା କିମ୍ବା ପେନ୍ କିଲର ସେବନ ଦ୍ବାରା ଯକୃତ ପ୍ରଭାବିତ ହୋଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ତେଣୁ ଚର୍ବିଯୁକ୍ତ ଖାଦ୍ୟରୁ ଦୂରେଇ ରହିବା ସହ ନିୟମିତ ବ୍ୟାୟାମ କରିବା, ମଦ୍ୟପାନରୁ ଦୂରେଇ ରହିବା ଏବଂ ଡ୍ରଗ୍ସ ସେବନ ଠାରୁ ଦୂରେଇ ରହିବା ଉଚିତ ।