ଏନଏନଏସ୍: ବିପଦରେ ବାଦୁଡିଙ୍କ ଜୀବନ । ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ। ଏହି ତାହର ପ୍ରଭାବ ମଣିଷଙ୍କ ସମେତ ପଶୁପକ୍ଷୀଙ୍କ ଉପରେ ମଧ୍ୟ ପଡୁଛି । ଧର୍ମଶାଳା ବ୍ଲକ ଅନ୍ତର୍ଗତ କବାଟବନ୍ଧ ଗ୍ରାମର ବ୍ରହ୍ମଣୀ ନଦୀବନ୍ଧ ରାସ୍ତାରେ ଥିବା ବର, ଅଶ୍ୱତ୍ଥ ଗଛରେ ଦୀର୍ଘ ବର୍ଷ ହେଲା ପାଞ୍ଚ ହଜାରରୁ ଉର୍ଦ୍ଧ ବାଦୁଡ଼ି ରହି ଆସୁଛନ୍ତି । ମାତ୍ର ପ୍ରଚଣ୍ଡ ଗ୍ରୀଷ୍ମ ତାତିରେ ଅସହ୍ୟ ହେଉଛି ଏମାନଙ୍କ ପାଇଁ ସେଥିପାଇଁ ଅନେକ ବାଦୁଡ଼ି ଗ୍ରୀଷ୍ମ ତାତିରେ ଗଛରୁ ତଳକୁ ପଡି ମୃତ୍ୟୁ ବରଣ କରିଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି ।
କିଛିଦିନ ତଳେ ଗ୍ରୀଷ୍ମ ତାତି ଦ୍ଵାରା ଅନେକ ବାଦୁଡ଼ି ମୃତ୍ୟୁବରଣ କରିଥିବା ଖବର ପ୍ରକାଶ ପରେ ଜଙ୍ଗଲ ବିଭାଗୀୟ ଅଧିକାରୀ ଆସି ନାମକୁ ମାତ୍ର ପାଣି ଛିଞ୍ଚନ କରି ପଳେଇ ଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ଏଥିପ୍ରତି ଜିଲ୍ଲାପାଳ ଓ ବିଭାଗୀୟ ଉଚ୍ଚ କତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଏହି ପ୍ରଚଣ୍ଡ ଖରା ତାତିରୁ ପକ୍ଷୀ ମାନଙ୍କର ସୁରକ୍ଷା ପାଇଁ ସ୍ଥାୟୀ ପାଣି ଛିଞ୍ଚନ କରାଗଲେ ପକ୍ଷୀମାନେ ପ୍ରଚଣ୍ଡ ଖରା ଦାଉରୁ ରକ୍ଷା ପାଇପାରନ୍ତେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।