ଭୁବନେଶ୍ୱର(ଏନଏନଏସ୍): ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା । ସୂଚନା ଅନୁଯାୟୀ ଚନ୍ଦକା ଅଞ୍ଚଳରେ ବିଏସସି ଦ୍ୱିତୀୟ ବର୍ଷର ଛାତ୍ରୀଙ୍କ ମୃତଦେହ ପୋଲିସ ଜବତ କରିଛି । ଆତ୍ମହତ୍ୟା କରିଥିବା ଛାତ୍ରୀ ଜଣକ ଅର୍ଚ୍ଚନା ଦାସ ବୋଲି ଜଣା ପଡ଼ିଛନ୍ତି । । ଅର୍ଚ୍ଚନା କେନ୍ଦୁଝରରୁ ଆସି ଭୁବନେଶ୍ବରସ୍ଥିତ ଏକ କଲେଜରେ ବିଏସସି ପଢୁଥିଲେ।
ସୂଚନା ଅନୁସାରେ ଚନ୍ଦକା ଥାନା ଅନ୍ତର୍ଗତ ଗୋଠପାଟଣା ଅଂଚଳରେ ଥିବା ଏକ କଲେଜ ହଷ୍ଟେଲ ଭିତରୁ ଅର୍ଚ୍ଚନାଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ଗତକାଲି ରାତିରେ ବେକରେ ଶାଢ଼ି ଲଗାଇ ଝୁଲି ପଡ଼ିଥିଲେ। ପରେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତଦେହକୁ ଜବତ କରିବା ସହ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁଛି ।