ଭୁବନେଶ୍ୱର(ଏନଏନଏସ୍): ପୁଣି କଡ ଲେଉଟାଇଲାଣି କରୋନା । ଏବେ ଦେଶରେ ସଂକ୍ରମଣ ବଢ଼ୁଥିବା ବେଳେ ରାଜ୍ୟରେ ବି ଦୈନିକ ସଂକ୍ରମଣ ୨ଶହରୁ ୩ଶହ ଭିତରେ ରହୁଛି । ତେବେ ଏନେଇ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ତତ୍ପରତା ଦେଖାଇଛି । ଏନେଇ ହୋମ୍ ଆଇସୋଲେସନରେ ଥିବା ରୋଗୀଙ୍କ ଉପରେ ତୀକ୍ଷ୍ନ ନଜର ରଖିବାକୁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ରୋଗୀ ପ୍ରୋଟୋକଲ କଡାକଡି ପାଳନ କରିବାକୁ ସୂଚନା ଦେଇଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡଃ ନିରଞ୍ଜନ ମିଶ୍ର । ବର୍ତ୍ତମାନ ୯୮ ପ୍ରତିଶତ ରୋଗୀ ଘରେ ରହୁଛନ୍ତି । ଯେହେତୁ ଅଧିକାଂଶ କୋଭିଡ ରୋଗୀ ଘରେ ରହୁଛନ୍ତି । ସେଥିପାଇଁ ସେମାନଙ୍କ ଉପରେ ତୀକ୍ଷ୍ନ ନଜର ରଖିବାକୁ ଜିଲ୍ଲାଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଘରେ ଥିବା ରୋଗୀଙ୍କୁ ଆବଶ୍ୟକ ଚିକିôସା ଯୋଗାଇ ଦିଆଯିବ । ଯାହାର ଆବଶ୍ୟକ ପଡିବ ତୁରନ୍ତ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ । ଏହା ଦ୍ୱାରା ରାଜ୍ୟରେ ସଂକ୍ରମଣ ରୋକା ଯାଇପାରିବ । ତେବେ ଏପ୍ରିଲ ୫ତାରିଖ ଠାରୁ ଆଜି ପର୍ୟ୍ୟନ୍ତ ୩ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।
ଅନ୍ୟପଟେ ରାଜ୍ୟରେ ସଂକ୍ରମଣ ଧିରେଧିରେ ବୃଦ୍ଧି ପାଉଥିବା ବେଳେ ଅନ୍ୟରାଜ୍ୟ ତୁଳନାରେ ଆମ ରାଜ୍ୟର ସ୍ଥିତି ଭଲ ରହଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ହସ୍ପିଟାଲରେ ବେଡ, ଭେଣ୍ଟିଲେଟର, ଅକ୍ସିଜେନ, ଆଇସିୟୁ ବେଡ୍, ଟେଷ୍ଟ କିଟ୍ ଆଦି ପ୍ରସ୍ତୁତ ରଖିବା ସହ ସ୍ଥିତି ଅନୁଧ୍ୟାନ କରାଯାଇଛି । ଏଥିସହ ସମସ୍ତ ଜିଲ୍ଲାପାଳଙ୍କ ତତ୍ତ୍ୱବଧାନରେ ଏହାର ସମୀକ୍ଷା କରାଯିବା ନେଇ ସୂଚନା ପ୍ରକାଶ ପାଇଛି।