ଓଜନ ବୃଦ୍ଧି ଏବଂ ପେଟର ଚର୍ବି ବଢୁଥିବା ଦେଖି ଆପଣ ଚିନ୍ତିତ ଅଛନ୍ତି କି ? ତେଣୁ ବର୍ତ୍ତମାନ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଆଜି ଆମେ ଆପଣଙ୍କୁ ଏପରି ଖାଦ୍ୟ କଥା କହିବୁ, ଯାହା ଆପଣଙ୍କ ଓଜନ ବୃଦ୍ଧି ହ୍ରାସ ହେବା ସହ ଚର୍ବି ମଧ୍ୟ କମିବାରେ ସାହାର୍ଯ୍ୟ କରିବ ।
ଯେତେବେଳ ଆମେ ଗୀଷ୍ମ ଋତୁରେ ଥଣ୍ଡା ଖାଦ୍ୟ କଥା କହିଥାଉ ସେତେବେଳେ ଦହି କଥା ଆସିଥାଏ । ଆପଣ ଜାଣନ୍ତି କି ଦହି ଏକ ୱେଟ୍ ବର୍ନର ଭାବେ କାମ କରେ । ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଆପଣ ଦହିକୁ ବ୍ୟବହାର କରିପାରିବେ । ଏଥିରେ ପ୍ରୋଟିନ୍, କ୍ୟାଲସିୟମ, ରାଇବୋଫ୍ଲାଭିନ, ଭିଟାମିନ୍ ବି ୧୨ ଏବଂ ପୋଟାସିୟମ୍ ମିଳିଥାଏ, ଯାହା ଆପଣଙ୍କ ସ୍ୱସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ହଦିକୁ କିପରି ଖାଇବା ଦ୍ୱାରା ପେଟର ଚର୍ବି କମ ହୋଇଥାଏ ।
ଆପଣ ଦହି ସହ ଶୁଖିଲା ଫଳକୁ ମିଶ୍ରଣ କରି ଖାଇପାରିବେ । ସେଗୁଡିକ ଏକାଠି ଖାଇବା ଦ୍ୱାରା ଓଦନ ହ୍ରାସ କରିବାରେ ସାହାର୍ଯ୍ୟ କରିଥାଏା ଆପଣ କଦଳୀ ସହ ଦହିକୁ ମିଶାଇ କରି ଖାଇପାରିବେ । ଯାହା ଦ୍ୱାରା ଏହାର ପୋଷକ ତତ୍ତ୍ୱ ଶରୀରରେ ଗଚ୍ଛିତ ଚର୍ବି ହ୍ରାସ କରିବାରେ ସହାୟକ ହୋଇଥାଏ । ସେଓ, କଦଳୀ ଏବଂ ଅଙ୍ଗୁର ସହ ଦହି ମିଶ୍ରଣ କରି ପ୍ରସ୍ତୁତ କରନ୍ତୁ । ଏହା ଶରୀରକୁ ଶକ୍ତି ଦେବା ସହିତ ଚର୍ବି ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । କଦଳୀରୁ ପ୍ରସ୍ତୁତ ବଟରମିଲ୍କ ଶରୀରରେ ଗଚ୍ଛିତ ଚର୍ବିକୁ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ଶରୀରକୁ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରେ । ଏଥିରେ ମିଳୁଥିବା ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟ ପାଇଁ ତଥା ଚର୍ମ ପାଇଁ ମଧ୍ୟ ଲାଭଦାୟକ ଅଟେ । ଏଥିସହ ଲୁଣ ଏବଂ ଚାଉଳ ସହ ମିଶ୍ରିତ ଦହି ଖାଇବା ଦ୍ୱାରା ବହୁତ ଜଲଦି ଚର୍ବି ହ୍ରାସ ପାଇଥାଏ।